୧୪ଟି ଜୁଆ ଆଡ୍ଡାରେ ଚଢଉ, ୬୮ ଗିରଫ

ଦଶହରାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ କେତେକ ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଥିବାର ଖବର ମିଳିଛି। |ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ୧୪ ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର ସାଇକେଲ୍ ଏବଂ ୪ଟି ମୋବାଇଲ ଜବତ କରିଥିବା ଜଣାଯାଇଛି।୬୮ଜଣ ଜୁଆଡ଼ିଙ୍କୁ ପୁଲିସ୍ ଗିରଫ କରାଯାଇଛି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଯୋଗେ ସୂଚନା ଦେଇଛନ୍ତି।

Spread the love