ରାଧାକୃଷ୍ଣ ଷ୍ଟୋରରେ କଳାକନା ବୁଲାଇଲେ ଚୋର

ପୁରୀ, ୨୮/୧୦: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ସଦର ତଳଜଙ୍ଗର ତୁଳସୀ ଚାଲୁଆ ଛକରେ ଥିବା ଗଦାଧର ନାୟକଙ୍କ ରାଧାକୃଷ୍ଣ ଷ୍ଟୋରରୁ ନଗଦ ୭୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଷ୍ଟୋର ମାଲିକ ଗଦାଧର ନାୟକଙ୍କ କହିଛନ୍ତି ଯେ, ଗତକାଲି ରାତିରେ ଷ୍ଟୋର ବନ୍ଦ କରିଯାଇଥିଲେ। ଆଜି ଆସି ଦେଖିବା ବେଳକୁ ଷ୍ଟୋରରୁ ଗୋଟେ ସାଇଡ ଦୋକାନ ସର୍ଟର ତାଡି ୭୦ ହଜାର ଟଙ୍କା ୧୩ଟି ମୂଲ୍ୟବାନ ପ୍ୟାକେଟ ସାମଗ୍ରୀ ଚୋରି ହୋଇଛି। ପାଖାପାଖି ଦୁଇଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଏନେଇ ସେ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ସେ କହିଛନ୍ତି ପୁଲିସ ଯଦି ନିୟମିତ ପାଟ୍ରୋଲିଂ କରନ୍ତା ତେବେ ଚୋରି ହୁଅନ୍ତା ନାହିଁ।

Spread the love