ମନ କିଣୁଛି ଲେ ଲେ ଲେ ବଉଲ..

ଭୁବନେଶ୍ୱର : ମନ କିଣି ନେଉଛି ପୁରୁଣା ସମ୍ବଲୁରୀ ଗୀତ ଲେ ଲେ ଲେ ବଉଲ’ର ରିମିକ୍ସ । ସୋସିଆଲ    ମିଡ଼ିଆରେ ବତ୍ତର୍ମାନ ଭାଇରାଲ ହେବାରେ ଲାଗିଛି ଏହି ଗୀତଟି । ପୁରୁଣା ଗୀତର ଚାହିଦା ସବୁବେଳେ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଥାଏ । ଏହିପରି ଏକ ଗୀତ ଲେ ଲେ ବଉଲ ଖୁସା ତେଲ ମଲ୍ଲୀଫୁଲ’କୁ ରିମେକ କରିଛନ୍ତି ବତ୍ତର୍ମାନ ସଙ୍ଗୀତ ଦୁନିଆର ଆଗଧାଡ଼ିର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ଡ. ଜୟଶ୍ରୀ ଧଳ । ଡ. ଧଳଙ୍କ କଣ୍ଠରେ ଏହି ଗୀତ ଖୁବ୍ ଲୋକ୍ରିୟତା ହୋଇପାରିଛି । ନିଜର ଗାଇବାର ଷ୍ଟାଇଲ୍‌‌, ତା ସହିତ ନିଜର କଷ୍ଟ୍ୟୁମ୍ ମଧ୍ୟ ଭିନ୍ନ ପରିଚୟ ସୃଷ୍ଟି କରିଛି । ଏହି ସମ୍ବଲୁରୀ ଗୀତ ଲେ ଲେ ଲେ ବଉଲକୁ ବହୁ ପୂ ବେ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାକଙ୍କ ଗାଇଥିବା ବେଳେ ସେହି ଗୀତକୁ ସୁରଜଙ୍କ ସଙ୍ଗୀତ ପରିଚାଳନ।ରେ ଡ. ଜୟଶ୍ରୀ ଧଳଙ୍କ  ସହାୟତାରେ ଏକ ନୂଆ ରୁପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲେ ଲେ ବଉଲ…’ର ପୁରୁଣା ଗୀତକୁ ମଧ୍ୟ ଅନେକ ସମୟରେ ଡ. ଜୟଶ୍ରୀ ଧଳ ଗାଇ ଏକ ଭିନ୍ନ ପରିଚୟ ସୃଷ୍ଟି  କରିଥିଲେ। ବିଭିନ୍ନ ମଞ୍ଚରେ ଏହି ଗୀତକୁ ଅନେକ ଅନୁରୋଧ ଏହି ଗୀତ ଗାଇବାକୁ ।  ଗୀତର ଅଡିଓ, ଭିଡିଓ ଖୁବ୍ ସୁନ୍ଦର ହୋଇଛି ।  ଓଡ଼ିଆ ଜନମାନସର ପୂଜ୍ୟ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୈଶବ ଅବସ୍ଥାର ଏକ ମାର୍ମିକ ଘଟଣା ଉପରେ ଆଧାରିତ କବି ଡ. ଜଗନ୍ନାଥ ମହାନ୍ତିଙ୍କ ଲିଖିତ ‘ତୁମପରି ଛୋଟ ପିଲାଟିଏ’ କବିତାକୁ ଭିନ୍ନ ଏକ ସଙ୍ଗୀତ ଓ ନାଟ୍ୟ ରୂାନ୍ତର କରିଥିଲେ ଡ. ଜୟଶ୍ରୀ ଧଳ ।

Spread the love