ପାକ୍‌କୁ ଝଟ୍‌କା ଦେଲା ଆମେରିକା, 5 ବର୍ଷର ଭିସା ଅବଧି ୩ ମାସକୁ ହ୍ରାସ

ଗତ କିଛି ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ପରେ ପରେ ପାକିସ୍ତାନକୁ ବହୁ ଦେଶରୁ ନିନ୍ଦା ଶୁଣିବାକୁ ମିଳିଛି। ଭାରତ-ପାକ୍‌ ମଧ୍ୟରେ ଉପୁଜିଥିବା ପଡ଼ୋଶୀ ଦେଶମାନେ ବିଶେଷ କରି ଭାରତକୁ ସମର୍ଥନ କରିଥିବାର ନଜର ରହିଛି। ଏହି ପରିସ୍ଥିତିରେ ଆମେରିକା ପକ୍ଷରୁ ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ପାକିସ୍ତାନୀଙ୍କ ଭିସା ଅବଧିକୁ 5 ବର୍ଷ ପରିବର୍ତ୍ତେ ୩ ମାସକୁ ହ୍ରାସ କରି ଦେଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିିଥିଲେ। ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ।

Spread the love