ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ

ପୁରୀ, ୨୦/୧୧: ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଇଛି । ୨୫ବର୍ଷପରେ ମହାପ୍ରଭୁଙ୍କୁ ବିରଳ ନାଗାର୍ଜୁନ ବେଶ କରାଯିବ। ହେଲେ କୋଭିଡ୍ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭକ୍ତଙ୍କୁ ଦର୍ଶନ ମନା ହୋଇଛି ।
ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ରେ ନାଗାର୍ଜୁନ ବେଶ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି ହୋଇଛି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ । ଚଳିତ ବର୍ଷ ଛଅଦିନିଆ ପଞ୍ଚୁକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ । ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି। ନଭେମ୍ବର ୧୬ ଓ ୨୩ ତାରିଖ ସୋମବାର ଅବସରରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ସମାପନ ହେବ ।ସେହିଭଳି ନଭେମ୍ବର ୨୫ରେ ଠିଆକିଆ ବେଶ (ଲକ୍ଷ୍ମୀନାରାୟଣ ବେଶ) ଓ ହରି ଉତ୍ଥାପନ ନୀତି, ୨୬ ତାରିଖରେ ବାଙ୍କଚୂଡ ବେଶ (ବାମନ ବେଶ) ଓ ଗରୁଡ ଉଦଥାପନ ନୀତି, ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବହୁଚର୍ଚ୍ଚିତ ଦୂର୍ଲଭ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ-ନୃସିଂହ ବେଶ, ନଭେମ୍ବର ୩୦ରେ ରାଜାଧିରାଜ ବେଶ ନୀତି ଶ୍ରୀମନ୍ଦିର ସମାପନ ହେବ। ଚଳିତବର୍ଷ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପ୍ରବେଶ ମନା ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିବା ଆଶା ନାହିଁ। ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର କାର୍ତ୍ତିକ ନୀତି ନିର୍ଘଣ୍ଟ ଅକ୍ଟୋବର ୨୭ରୁ ଶ୍ରୀମନ୍ଦିରେ ଲାଗୁ ହୋଇଛି ।
ଆସନ୍ତାବର୍ଷ ବି ହୋଇ ପାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ। ୨୦୨୧ରେ ବି ପଞ୍ଚୁକ ୫ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ। ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା।
ଏବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ କଟକଣା ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ନାହିଁ। କାରଣ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲିବା ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ଏଣୁ ଏଥର ସିଂହଦ୍ବାର ଗୁମୁଟରେ ପତିତପାବନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଯାହାକୁ ଅନଲାଇନରେ ଭକ୍ତମାନଙ୍କ ଦର୍ଶନପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ମହାପ୍ରଭୁଙ୍କ ଅପୂର୍ବ ନାଗାର୍ଜୁନ ବେଶ :

ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ, ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ ।
ପୌରାଣିକ ତଥ୍ଯ ଅନୁଯାୟୀ, ପର୍ଶୁରାମ ଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଅତ୍ଯନ୍ତ ପୁରୁଣା ନ ହେଲେ ମଧ୍ୟ ପୁରୀ ସାହି ଯାତ୍ରାରେ ବାହାରୁଥିବା ନାଗା ସଂସ୍କୃତି ର ଅନୁକରଣରେ କୌଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।
ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ , କନା ଜରି, ବେତରେ ନିର୍ମିତ ହାଣ୍ଡିଆ ,ଢେଣୁ ,ନିଶ ,ଦାଢି , ଛୁରୀ , କଟାରୀ , ବାଘଛାଲ , ସ୍ବର୍ଣ୍ଣଶ୍ରୀଭୁଜ, ଶ୍ରୀପୟର , ବାଘନଖ ମାଳି , ଶଙ୍ଖ, ଚକ୍ର ଓ ହଳ ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।
ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନାନୁସାରେ କାର୍ତ୍ତିକ ମାସ ହିଁ ଭଗବତ ଆରାଧନା ,ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ମାସ ରୂପରେ ପରିଗଣିତ ହୋଇଆସୁଅଛି । ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶେଷ ନୀତି ସହ ଆଶ୍ବିନ ଶୁକ୍ଳ ଏକାଦଶୀ ରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା ଦାମୋଦର ବେଶରେ ପ୍ରଭୁ ଶୋଭା ପାଇଥାନ୍ତି କିନ୍ତୁ ଶୁକ୍ଳ ଏକାଦଶୀ ରୁ ପୂର୍ଣ୍ଣିମା ଯାଏଁ ବିଭିନ୍ନ ବେଶରେ ଜୀଉ ମାନଙ୍କୁ ଭକ୍ତ ମାନେ ଯଥାକ୍ରମେ ଲକ୍ଷ୍ମୀନାରାୟଣ, ବାଙ୍କଚୁଡା, ତ୍ରିବିକ୍ରମ , ଡାଳିକିଆ , ରାଜବେଶ(ସୁନାବେଶ) ରେ ଦର୍ଶନ କରିଥାନ୍ତି ।
୨୬୵୧୧୵୧୯୬୬ ମଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କ ନାଗାର୍ଜୁନ ବେଶ ପରେ କ୍ରମାଗତ ୧୬୵୧୧୵୧୯୬୭ ମଳ ଚତୁର୍ଦ୍ଦଶୀ ଓ ୩୵୧୧୵୧୯୬୮ ମଳ ତ୍ରୟୋଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲେ । ଏହାର ୨୭ ବର୍ଷପରେ ୨୬୵୧୧୵୧୯୯୩ ମଳ ଦ୍ବାଦଶୀ ତିଥିରେ ଓ ୧୬୵୧୧୵୧୯୯୪ ମଳ ତ୍ରୟୋଦଶୀ ତିଥିରେ ଠାକୁର ଏହି ବେଶ ହୋଇଥିଲେ ।
ପରନ୍ତୁ ଚଳିତବର୍ଷ ୨୭୵୧୧୵୨୦୨୦ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତି ର ଏକ ପ୍ରତିଛବି ବୋଲି ଜଣାଯାଏ । ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ୟ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀ ରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣାସଂକ୍ରାନ୍ତି ଦିନ ନାଗା ବେଶୀରେ ସଜେଇ ଦିଆଯାଏ ।
ଶ୍ରୀକ୍ଷେତ୍ରଦର୍ଶନ ରେ ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମ ଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି । ନାଗା ସନ୍ଯାସୀ ମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ଓ ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରଦର୍ଶନ ର ସୁରକ୍ଷା ଦାୟିତ୍ୱ ରେ ଥିଲେ । ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ। ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥ ଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ ।

ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥଲା। ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ବାରା ପରାସ୍ତ ହୋଇଥିଲେ । ସହସ୍ରାର୍ଜୁନ ହେଉଛନ୍ତି ସ୍ବୟଂ ଶ୍ରୀକୃଷ୍ଣ। ମହାଭାରତ ଅନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କର ଯୁଦ୍ଧହେଲା , ଅର୍ଜୁନ ପରାସ୍ତ ହେଲେ ମଧ୍ୟ ଶିବ ବହୁତ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ। କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ, ସେହିପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କ ଏକ ବିଶେଷ ରୂପ। ଶିବ ଓ ବିଷ୍ଣୁ ଙ୍କର ସମନ୍ବୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ।

Spread the love