ଏପ୍ରିଲ 2ରୁ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ : ଜୁଲାଇ 5ରେ ବାହାରିବ ନିର୍ଦ୍ଦେଶନାମା

ରାଜ୍ୟର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ବଦଳି ପ୍ରକ୍ରିୟା ଏପ୍ରିଲ 2ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି‌େର କୁହାଯାଇଛି ଯେ, ଚଳିତବର୍ଷ ଫେବ୍ରୁଆରି ମାସରୁ ଅନଲାଇନ୍ ପ୍ରକ୍ରିୟାରେ ଶିକ୍ଷକଙ୍କ ବଦଳି କରିବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଏଥିପାଇଁ ଆବଶ୍ୟକ ‘ସାଥ୍‌’ ସଫ୍ଟୱେୟାର ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନଥିବାରୁ ଶିକ୍ଷକଙ୍କ ବଦଳି ପ୍ରକ୍ରିୟାକୁ ଏପ୍ରିଲ ମାସକୁ ଘୁଞ୍ଚାଇ ଦିଆଯାଇଛି।

ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ହେବାକୁ ଚାହୁଁଥିବେ ସେମାନେ ଏପ୍ରିଲ 2 ରୁ 15ତାରିଖ ମଧ୍ୟରେ opepa.odisha.gov.in ୱେବସାଇଟକୁ ଯାଇ ଆବେଦନ କରିପାରିବେ। ବ୍ଲକ୍ ଶିକ୍ଷା ଅଧିକାରୀମାନେ ଏପ୍ରିଲ 16 ରୁ 30ତାରିଖ ପର୍ଯ୍ୟନ୍ତ ଆବେଦନପତ୍ରଗୁଡ଼ିକୁ ଯାଞ୍ଚ କରି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟକୁ ପଠାଇବେ। ଆବେଦନପତ୍ରଗୁଡ଼ିକୁ ଡିଇଓମାନେ ଯାଞ୍ଚ କରି ଡିଇଇମାନଙ୍କୁ ମେ 1ରୁ 10 ମଧ୍ୟରେ ପଠାଇବେ। ଜିଲ୍ଲାପାର୍‌ ବଦଳି ହେବାକୁ ଆସିଥିବା ଆବେଦନଗୁଡ଼ିକ ପାଇଁ ରାଜ୍ୟ ମେଡିକାଲ ବୋର୍ଡ ରେଫ‌େରନ୍ସ ପାଇଁ ପଠାଯିବ। ମେ 16ରୁ ଜୁନ୍‌ 15 ଭିତରେ ରାଜ୍ୟ ମେଡିକାଲ ବୋର୍ଡ ସାର୍ଟିଫିକେଟ୍‌ ଦାଖଲ କରିବାକୁ ସମୟ ଦିଆଯିବ। ଜୁନ୍ 16 ରୁ 20 ମଧ୍ୟରେ ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚିଠା ତାଲିକା‌ ପ୍ରକାଶ ପାଇବ। ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି ଏହାକୁ ଜୁନ୍‌ 21ରୁ 30 ମଧ୍ୟ‌େର ଯାଞ୍ଚ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବ। ଜୁଲାଇ ୫ରେ ଚୂଡ଼ାନ୍ତ ତାଲିକା‌ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
Spread the love