ଯୁବ ପିଢିଙ୍କ ମୁଣ୍ଡ ତଳକୁ କରାଉଛି ସ୍ମାର୍ଟ ଫୋନ୍

 (ଶଶିକଳା ପ୍ରଧାନ) : ସକାଳୁ ଟିକେ ଉଠିବା ଡେରି ହୋଇଗଲେ ଦିନ ଯାକର କାମ ଡେରିରେ ହୁଏ । ଦିନ ଜାକର କାମ ଏତେ ଯେ  ବିଳମ୍ବିତ ରାତି ପର୍ଯ୍ୟନ୍ତ କରିବାକୁ ପଡେ । ବେଳେବେଳେ ତ ସ୍ତ୍ରୀ ରାଗି କି ଶୋଇଯାଏ ।  ମୋ ଦୋଷ ମୁଁ ସ୍ବୀକାର କରୁଛି । ନିର୍ବାଚନ ଆସିଲାଣି କିଏ କେଉଁ ଦଳକୁ ଡେଉଁଛି ତାହା ଉପରେ ଟିକେ ନଜର ରଖିବାକୁ ପଡେ । ଏଇ ସବୁ କାମ ସରୁସରୁ ରାତିରେ ଶୋଇବା ବେଳକୁ ରାତି 2ଟା  ।

ତେଣୁ ସକାଳୁ ଉଠୁଉଠୁ ଡେରି ।  ତରବର ହୋଇ କଣ ଦି ଟା  ଖାଇ ଅଫିସ ବାହାରିଲେ ଆମ ଶଶି ବାବୁ । ପୁରା ନାମ ଶଶି ପ୍ରିୟ ପ୍ରଧାନ ।  ମୁଁ  ତାଙ୍କ ସାଙ୍ଗରେ ତାଳ ଦେଇ ଚାଲି ପାରେନି । ଭାରି ସ୍ପିଡରେ ଚାଲନ୍ତି ।  ଅଫିସରେ ଟାଇମରେ ପହଞ୍ଚିଚିବାକୁ ହେବ ତେଣୁ ସେ ଗାଡିରୁ ଓହ୍ଲାଇ ଭାରି ସ୍ପିଡରେ ଚାଲନ୍ତି । ମୋତେ ବେଳେବେଳେ ଲାଗେ ସେ ଦୌଡନ୍ତି ବୋଲି । ତେବେ ସେ ଯାହା ହେଉ ଚାଲୁଚାଲୁ ଉପରୋକ୍ତ କଥା ଗୁଡିକ  ନ ପଚାରୁଣୁ କହିଗଲେ । ମୁଁ ତାଙ୍କୁ ନିରକ୍ଷଣ କରୁଥିଲି । ଏତେ ସବୁ କଥା କହିଗଲେ ଥରୋଟେ ହେଲେ ମୋ ମୁଁହକୁ ଅନାଇ ନାହାନ୍ତି ।

ଗୋଟିଏ ହାତରେ ମୋବାଇଲ ଓ ଆର ହାତରେ  ଅଫିସ ବ୍ୟାଗ୍ । ସତରେ ଏ ସ୍ମାର୍ଟ ଫୋନ ଟା କେଡେ ବଡ ରୋଗ ନେଇକି ଆସିଲା ଯେ ସମସ୍ତଙ୍କ ହାତରୁ ସମୟ ଛଡାଇ ନେଲା । OCAC Tower ଗେଟ ଭିତରକୁ  ଆମେ ଦୁହେଁ ପଶିଲୁ । ଭତକରୁ ପଶିବା କ୍ଷଣି ଦେଖିଲି ଅଦ୍ଭୁତ ଦୃଶ୍ୟ ।  ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସମସ୍ତେ ଏକାପରି ।  ମୁଣ୍ଡ ତଳକୁ…। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ଓ ସମସ୍ତେ ମୁଣ୍ଡ ତଳକୁ କରିଛନ୍ତି । ଶଶିବାବକୁଙ୍କ ସହ ମୁଁ ଭିତରକୁ ଆସିଲି । ଲିପ୍ଟ ପାଖକୁ ଆସି ଦେଖିବା ବେଳେ ତ ଆହୁରି ଅଦ୍ଭୁତ ଦୃଶ୍ୟ ଦେଖିଲି । ଲିପ୍ଟ 5th floorରୁ ଆସି ଉପରକୁ ଯିବାକୁ ହେଲାଣି କିଛି ବ୍ୟକ୍ତି କିଛି ଜାଣି ପାରୁନାହାନ୍ତି ।

କାରଣ ତାଙ୍କ ମୁଣ୍ଡ ତଳକୁ । ବେକ ଭାଙ୍ଗି ତଳେ ଛିଡା ହୋଇଛନ୍ତି ।  ମନ ଭିତରେ ଗୋଟେ ଜିଜ୍ଞାସା ଜାଗ୍ରତ ହେଲା । ବେକ ଭାଙ୍ଗି ପିଲାମାନେ ମୋବାଇଲରେ କଣ କରୁଛନ୍ତି । ଆଖି ବୁଲାଇ ଆଣିବା ବେଳକୁ ଫେସବୁକ୍ ଓ ଓ୍ୱାଟ୍ସଅପ୍ ରେ ସମସ୍ତେ ବ୍ୟସ୍ତ ଅଛନ୍ତି । ଜଣେ ଯୁବକ ହ୍ୱାଟ୍ସଅପରେ ମେସେଜ କରୁଛନ୍ତି ଖୁଡି କେମିତି ଅଛନ୍ତି… । ଆଉ ପଢି ପାରିଲିନି କାରଣ ଶଶିବାବୁଙ୍କ ଅଫିସ ଆସିଗଲା ।  

ସତରେ ବନ୍ଧୁ ଆଜିର ଏହି  ବ୍ୟସ୍ତବହୁଳ  ସମୟ ଭିତରେ ଆମେ ଏତେ ବ୍ୟସ୍ତ ଯେ କେହି କାହା ସହିତ କଥା ହେବା ପାଇଁ ଟାଇମ୍ ନାହିଁଁ । ଟଙ୍କା ପଛରେ  ପାଗଳ ପଡି ଧାଉଁଛନ୍ତି । ଟଙ୍କା ଅଛି କିନ୍ତୁ ପରିବାର ପାଇଁ ଟାଇମ୍ ନାହିଁଁ । ପିଲାମାନଙ୍କ ପାଇଁ ବାପା- ମାଙ୍କର ବି ସମୟ ନାହିଁ । ନିଜର ସବୁକିଛି ଟାଇମ୍ ନିଜର କମ୍ପୁଟର କିମ୍ବା ମୋବାଇଲରେ  ଦେଉଛନ୍ତି ।  ସମସ୍ତଙ୍କ ମୁଣ୍ଡ ଆଜି ତଳକୁ ନଇଁ ଯାଇଛି ।

ତାହାର କାରଣ ମୋବାଇଲ । ଗୋଟିଏ ଅଫିସ କିମ୍ବା  କିମ୍ବା ଆଖ ପାଖରେ ଯାହା ହେଉଛୁ ଆମେ ଜାଣିପାରୁନୁ, କାହିଁକି ନାଁ ଆମେ ସବୁବେଳେ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଉଛୁ । କାମରୁ ଟିକ୍ ଟାଇମ ପାଇଲେ ଫେସବୁକ କିମ୍ବା ହ୍ୱାଟ୍ସଅପ ରେ ଆମର ସମୟ ଅତିବାହିତ ହୁଏ । ପାଖରେ ଛିଡ଼ା ହୋଇଥିବା ଲୋକ ନିଜର ସାଙ୍ଗମାନଙ୍କ ସହ ଫେସ୍ ଟୁ ଫେସ କଥା ହେବା ପରିବେର୍ତ୍ତେ ଫେସବୁକରେ କଥା ହେବାକୁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି ।

 

Spread the love