ପ୍ରଥମାଷ୍ଟମୀରେ ମହାପ୍ରଭୁ ହେବେ ପୋଢ଼ୁଆଁ

 ପୁରୀ, ୭/୧୨: ରାତି ପାହିଲେ ପ୍ରଥମାଷ୍ଟମୀ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ହେବେ ପୋଢ଼ୁଆଁ। ପ୍ରଥମାଷ୍ଟମୀ ପାଇଁ ଆଜି ମାମୁଘର ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଅଷ୍ଚମୀ ଭାର ଶ୍ରୀମନ୍ଦିର ଯାଉଛି। ଅଷ୍ଟମୀ ଭାରରେ ପାଟବସ୍ତ୍ର, ନଡ଼ିଆ, ବିରି, ଅରୁଆ ଚାଉଳ ନେଇ ସଂକୀର୍ତ୍ତନ ମଣ୍ଡଳୀ ପୁରୀ ଅଭିମୁଖେ ଯାତ୍ରା କରିଛି। ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀରେ ଜ୍ୟୋଷ୍ଠ ସନ୍ତାନ ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି। ସେହି ବସ୍ତ୍ର ମାମୁଘରୁ ଆସିଥାଏ। ପରମ୍ପରା ମୁତାବକ ଜଗନ୍ନାଥଙ୍କ ମାମୁଘର ନିଆଳି ମାଧବରୁ ନୂଆ ବସ୍ତ୍ର ନିଆଯାଇଛି।

Spread the love