ଟ୍ରାଭେଲ ଏଜେନ୍ସି ଠକେଇ ମାମଲା: ଆକାଶ ପାଠକଙ୍କୁ ରିମାଣ୍ଡରେ ଆଣିବା ପ୍ରକ୍ରିୟା ଆରମ୍ଭ କଲା କମିସନରେଟ୍ ପୁଲିସ୍

ଟାଟା ମୋଟର୍ସର ନକଲି ଏମ୍‌ଡି ପରିଚୟ ଦେଇ ବିପୁଳ ଠକେଇ କରିଥିବା ଆକାଶ ପାଠକଙ୍କ ଅଡୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚାର୍ଟର ବିମାନରେ ଉଡ଼ି ଟ୍ରାଭେଲ ଏଜେନ୍ସିକୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇବା ମାମଲାରେ ଆକାଶଙ୍କୁ ରିମାଣ୍ଡରେ ନେବ କମିସନରେଟ ପୁଲିସ। ସେ ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ନୂଆ ମାମଲା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଛି । ତଦନ୍ତକାରୀ ଅଧିକାରୀ ଏ ସଂକ୍ରାନ୍ତ କେସ୍ ଡାଏରି ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ଦାଖଲ କରିଛନ୍ତି। ଏହାପରେ ଶୁଣାଣି ପାଇଁ ଏକ ଦିନ ଧାର୍ଯ୍ୟ କରାଯିବ। ନୂଆ ମାମଲା ଯୋଡ଼ାଯିବା ପରେ ଅଧିକ ତଦନ୍ତ ଲାଗି ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି କମିସନରେଟ ପୁଲିସ।

ସେପଟେ ଇଡିରେ ମଧ୍ୟ ପାଠକ ବାପ ପୁଅ ଠକେଇ ପ୍ରସଙ୍ଗରେ ୩ଟି ମାମଲା ରୁଜ୍ଜୁ ହୋଇଛି । ଏ ନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି । ତେଣୁ ସେମାନଙ୍କୁ ନେଇ ଜେରା କରିବାକୁ ଇଡି ଯୋଜନା କରିଛି । କୋର୍ଟରୁ ଅନୁମତି ମିଳିବା ପରେ ଇଡି ପାଠକ ବାପ ପୁଅକୁ ଜେଲରେ କିଂବା ଇଡି ଅଫିସକୁ ଆଣି ଜେରା କରିବ । ପାଠକ ବାପ ପୁଅଙ୍କ ସହିତ ଯାହାଙ୍କର ଲିଙ୍କ୍ ରହିଛି ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଇଡି କହିଛି । ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।

Spread the love