ପରୀ ମାଙ୍କୁ ଦୁର୍ବ୍ୟବହାର କରିଥିବା ନୟାଗଡ ସଦର ଥାନା ଅଧିକାରୀ ସସପେଣ୍ଡ

ଭୁବନେଶ୍ୱର, ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ପରୀ ଘଟଣାରେ ନୟାଗଡ ଥାନା ଅଧିକାରୀ ରୀନାରାଣୀ ସାହୁ ସସପେଣ୍ଡ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପି ଭାବେ ବଦଳି କରାଯାଇଛି।

ସରକାର ପରୀ ହତ୍ୟା ଘଟଣା ନେଇ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଚାପର ବଶବର୍ତ୍ତୀ ହେବା ସହ ଏହି ଦୁଇ ପୋଲିସ ଅଧିକାରୀ ବିବାଦୀୟ ହେବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି ।

Spread the love