ମାଇଲେଜ୍ କିଛି ନୁହେଁ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରୁଛୁ- ଦେବୀ ପ୍ରସାଦ ମିଶ୍ର

ଚାଷୀ ଓ ଚାଷ ପାଇଁ ବିଜେଡି ରହିଛି । ମାଇଲେଜ୍ କିଛି ନୁହେଁ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରୁଛୁ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।  ଆଗରୁ ବିଧାନସଭାରେ ଦୁଇଥର ସମସ୍ତ ଦଳର ପ୍ରସ୍ତାବ ପାରିତ ହୋଇଛି । ଏବେ ପୁଣି କ୍ୟାବିନେଟରେ ପାରିତ ହୋଇ କେନ୍ଦ୍ରକୁ ଜଣାଯାଇଛି ।

ଏମ.ଏସ. ସ୍ଵାମୀନାଥନଙ୍କ କମିଟି ଲାଗୁ କରିବା ପାଇଁ ଆଗରୁ ଦାବି କରୁଥିଲୁ । ଏହାକୁ ଅଧିକ ଦୃଢୀଭୂତ କରିବା ପାଇଁ କ୍ୟାବିନେଟ ପାରିତ କରିଛି । ଅଧିକ ଏମଏସପି ହେଲେ କରୋନା ସମୟରେ ଯେଉଁ ବୋଝ ପଡିଛି ତାହା ହୁଏତ ସେଥିରୁ ରକ୍ଷା ପାଇବ । ଚାଷୀଙ୍କ ପାଇଁ କହୁଥିବା କଥାକୁ ଯଦି ଡ୍ରାମା କହୁଛନ୍ତି ବିରୋଧୀ ,ତାହାଲେ ଆମେ ଡ୍ରାମା କରୁଛୁ ।

Spread the love