ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଖବୀକୁ ମାସିକ ଦେଢ ଲକ୍ଷ ଟଙ୍କା ଦେବ ପାକିସ୍ତାନ

ନୂଆଦିଲ୍ଲୀ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର୍ ରେହମାନ ଲଖବୀର ଖର୍ଚ୍ଚ ବାବଦରେ ମାସିକ ଦେଢ ଲକ୍ଷ ଟଙ୍କା ଦେବାକୁ ଅନୁମତି ଦେଇଛି । ୟୁଏନର ପ୍ରତିବନ୍ଧକ ସମିତି ଏହି ଅନୁମତି ପ୍ରଦାନ କରିଛି । ସମିତି କୌଣସି ବୈଶ୍ୱିକ ଅପରାଧୀକୁ ଆତଙ୍କବାଦୀ ଘୋଷିତ କରିଥାଏ ।ସମିତି ଏହି ସ୍ୱୀକୃତି ପାକିସ୍ତାନ ସରକାରଙ୍କୁ ପ୍ରସ୍ତାବ ଭାବେ ପ୍ରଦାନ କରିଛି ।

ପ୍ରତିବନ୍ଧକ ସମିତ ଚଳିତ ସପ୍ତାହରେ ଲଖବୀର ଔଷଧ ଖର୍ଚ୍ଚ ବାବଦରେ ୪୫ ହଜାର ଟଙ୍କା ପ୍ରଦାନ କରିଥିଲା । ସେହିପରି ଖାଇବା ପାଇଁ ୫୦ ହଜାର ଟଙ୍କା ଓ ଅନ୍ୟ ଆବଶ୍ୟକତା ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲା । ଏହାବାଦ୍ ଓକିଲ ଖର୍ଚ୍ଚ ପାଇଁ ୨୦ ହଜାର ଦେବା ପାଇଁ ଅନୁମତି ପ୍ରଦାନ କରିଛି ।ଏହି ଟଙ୍କା ଲଖବୀର ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରାଯିବ ।

ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ଲଖବୀକୁ ୨୦୦୮ରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା । ସେ ଲଶ୍କର-ଏ-ତୋଏବା ଓ ଅଲକାଏଦା ସହ ଜଡିତ ଥିବା ପ୍ରମାଣ ମିଳିଥିଲା । ଏହାପରେ ତାର ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ଏପରିକି ବ୍ୟାଙ୍କ୍ ନେଣଦେଣ ଉପରେ ରୋକ୍ ଲଗାଯାଇଥିଲା ।

ଏତତ୍ ବ୍ୟତୀତ ୟୁଏନ ପାକିସ୍ତାନ ସରକାରଙ୍କୁ ଲାଦେନ ବାବଦରେ ସୂଚନା ଦେଇତିବା ପରମାଣୁ ବୈଜ୍ଞାନିକ ମହମ୍ମଦ ସୁଲତାନ ବଶୀର-ଉଦ୍ଦୀନଙ୍କୁ ମାସିକ ଖର୍ଚ୍ଚ ପ୍ରଦାନ ପାଇଁ ଥିବା ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସୁଲତାନ ଆମେରିକାକୁ ଏଲ କାଏଦା ମୁଖ୍ୟ ଲାଦେନ ବାବଦରେ ସୂଚନା ଦେଇଥିଲେ ।

Spread the love