‘ଆକାଶ, ପ୍ରଦୀପଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ, ଅଭିଯୋଗ କରନ୍ତୁ’

 ଭୁବନେଶ୍ୱର, ୧୨/୧୨: “ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ବିପୁଳ ଟଙ୍କା ଠକେଇ କରିଛନ୍ତି। ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଯୁବତୀଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି। ଏନେଇ ୬ ଜଣ ଅଭିଯୋଗକାରୀ ଏତଲା ଦେଇଥିବା ବେଳେ ତାହାକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ମଧ୍ୟ ଠକେଇର ଶିକାର ହୋଇଛନ୍ତି, ଆସି ରିପୋର୍ଟ କରନ୍ତୁ।”  ଆଜି ଆୟୋଜିତ ପ୍ରେସମିଟରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏଥିସହ କ୍ରାଇମବ୍ରାଞ୍ଚ ଏଡିଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନଜାର୍ଚ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ କମ୍ପାନୀ ଓ ସାଧାରଣ ଲୋକଙ୍କୁ ଠକିଥିଲେ। ଏଥିନିମନ୍ତେ ସେ ଫେକ୍‌ ମେଲ ଆଇଡି, ଲୋଗୋ, ଫେକ୍‌ ଆଇକାର୍ଡ, ଭିଜିଟିଂ କାର୍ଡ ବ୍ୟବହାର କରୁଥିଲେ।

ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ଟାଟା ମୋଟର୍ସର ଏମ୍‌ଡି ଥିବା ପ୍ରଚାର କରୁଥିଲେ।ଏଣୁ ଚାକିରି ଆଶାୟୀମାନେ ଆକାଶ, ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ।  ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି। ଅନ୍ୟ ୪ ଜଣ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଛନ୍ତି।

Spread the love