ପୁଣି ଚର୍ଚ୍ଚାରେ ନୟାଗଡ଼, ଗାଁ ଦାଣ୍ଡରେ ଖେଳୁ ଖେଳୁ ଶିଶୁ ଗାଏବ

ଖୋର୍ଦ୍ଧା, ୧୨/୧୨: ପୁଣି ଗାଁ ଦାଣ୍ଡରେ ଖେଳୁ ଖେଳୁ ଗାଏବ ହୋଇଗଲା ଏକ ୩ ବର୍ଷର ଶିଶୁ କନ୍ୟା। ଗତକାଲିଠୁ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜିରେ ଲାଗିଥିଲେ ମଧ୍ୟ ଛୁଆଟିର ପତ୍ତା ମିଳିପାରିନି। ‘ପରୀ’ ତାତି ଥମି ନ ଥିବା ବେଳେ ନୟାଗଡ଼ ଜିଲ୍ଲାରେ ପୁଣି ଏପରି ଏକ ଅଭାବନୀୟ ଘଟଣା ଘଟିଛି।ସୂଚନା ଅନୁଯାୟୀ, ଜିଲ୍ଲାର ରଣପୁର ବ୍ଲକ ଦଧିପାଟଣା ଗାଁ ଦାଣ୍ଡରେ ଗତକାଲି ମଧ୍ୟାହ୍ନ ସମୟରେ ଛୁଆଟି ଖେଳୁଥିଲା। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଛୁଆକୁ ନ ପାଇବାରୁ ଅପରାହ୍ନରେ ଥାନାରେ ଏତଲା ଦେଇଥିଲେ।

Spread the love