ଆବାସ ଗୃହ ଯୋଜନା ହଡ଼ପ ଅଭିଯୋଗ: ବ୍ଲକ ସମ୍ମୁଖରେ ବିରୋଧ ପ୍ରଦର୍ଶନ କଲା ବିଜେପି

ସୋର, ସୋର ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା ଅର୍ଥରେ ନିର୍ମିତ ଥିବା ଷ୍ଟିକର ଲଗାଇ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏହି ଷ୍ଟିକର ଉପରେ ଛୋଟଛୋଟ ଅକ୍ଷରରେ ପ୍ର.ଆ.ଯୋ. ଲେଖାଥିବା ବେଳେ ବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖାଯାଇଛି।

ରାଜନୈତିକ ଫାଇଦା ହାସଲ କରିବା ସହ ଲୋକଙ୍କୁ ଭୁଆଁ ବୁଲାଇ ପ୍ରଧାନମନ୍ତ୍ରୀ ଆବାସ ଗୃହ କାନ୍ଥରେ ଏହି ଷ୍ଟିକର ଲଗାଉଥିବାବେଳେ ସାଧାରଣରେ ଆକ୍ରୋଶ ବୃଦ୍ଧି ପାଉଛି। ଏନେଇ ସୋର ବିଜେପି ପକ୍ଷରୁ ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ନାୟକ, ନିରଞ୍ଜନ ଜେନା, ଗୌରାଙ୍ଗ ପାଣିଗ୍ରାହୀ , ଗଣେଶ ଦାସ, ପ୍ରହଲ୍ଲାଦ, ମୃତ୍ୟୁଞ୍ଜୟ ଜେନା, ଶିବପ୍ରସାଦ ଶଂଖୁଆ, ଦାଶରଥୀ ମହାଳିକ, ସତ୍ୟ ନାୟକ, ଚିନ୍ମୟ କୁମାର ଧଡ଼ା ଓ ଚିତ୍ତରଞ୍ଜନ ଜେନା ପ୍ରମୁଖ ବ୍ଲକ ସମ୍ମୁଖରେ ଏହି ଷ୍ଟିକର ଚିରି ବିରୋଧ ପ୍ରଦର୍ଶନ କରି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Spread the love