ଆଇପିଏଲ ୨୦୧୯ ଲିଗ୍ ମ୍ୟାଚର କାର୍ଯ୍ୟସୂଚୀ

ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ । ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ । ମାର୍ଚ୍ଚ ୨୩ରୁ ମେ’ ୫ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ତେବେ କ୍ୱାଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିନାହିଁ ବିସିସିଆଇ ।

ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହା ପୂର୍ବରୁ ୧୯ ଫେବ୍ରୁଆରୀରେ ପ୍ରଥମ ଦଫାରେ ୧୭ଟି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା । ତେବେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ । ଆଇପିଏଲ ମ୍ୟାଚ୍ କାର୍ଯ୍ୟସୂଚୀ ଅନୁଯାୟୀ, ଗୋଟିଏ ମ୍ୟାଚ୍ ଥିଲେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ ଏବଂ ଯେଉଁଦିନ ଦୁଇଟି ମ୍ୟାଚ୍ ରହିଥିବ ସେଦିନ ଅପରାହ୍ନ ୪ଟାରୁ ମ୍ୟାଚ୍ ଆରମ୍ଭ ହେବ ।

ଆଇପିଏଲ କାର୍ଯ୍ୟସୂଚୀ
ମାର୍ଚ୍ଚ ୨୩- ସିଏସକେ ବନାମ ଆରସିବି, ରାତି ୮ଟା (ଚେନ୍ନାଇ)
ମାର୍ଚ୍ଚ ୨୪- କେକେଆର ବନାମ ଏସଆରଏଚ୍, ଅପରାହ୍ଣ ୪ଟା (କୋଲକାତା)
ମାର୍ଚ୍ଚ ୨୪: ମୁମ୍ବାଇ ବନାମ ଦିଲ୍ଲୀ (ମୁମ୍ବାଇ), ରାତି ୮ଟା (ମୁମ୍ବାଇ)
ମାର୍ଚ୍ଚ ୨୫: ରାଜସ୍ଥାନ ବନାମ ପଞ୍ଜାବ, ରାତି ୮ଟା (ଜୟପୁର)
ମାର୍ଚ୍ଚ ୨୬: ଦିଲ୍ଲୀ ବନାମ ସିଏସକେ, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୨୭: କେକେଆର ବନାମ ପଞ୍ଜାବ, ରାତି ୮ଟା (କୋଲକାତା)
ମାର୍ଚ୍ଚ ୨୮: ଆରସିବି ବନାମ ମୁମ୍ବାଇ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୨୯: ଏସଆରଏଚ୍ ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୩୦: ପଞ୍ଜାବ ବନାମ ମୁମ୍ବାଇ, ଅପରାହ୍ଣ ୪ଟା (ମୋହାଲି)
ମାର୍ଚ୍ଚ ୩୦: ଦିଲ୍ଲୀ ବନାମ କେକେଆର, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୩୧: ଏସଆରଏଚ୍ ବନାମ ଆରସିବି, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ମାର୍ଚ୍ଚ ୩୧: ସିଏସକେ ବନାମ ରାଜସ୍ଥାନ (ଚେନ୍ନାଇ)
ଏପ୍ରିଲ ୧: ପଞ୍ଜାବ ବନାମ ଦିଲ୍ଲୀ, ରାତି ୮ଟା (ମୋହାଲି)
ଏପ୍ରିଲ ୨: ରାଜସ୍ଥାନ ବନାମ ଆରସିବି, ରାତି ୮ଟା (ଜୟପୁର)
ଏପ୍ରିଲ ୩: ମୁମ୍ବାଇ ବନାମ ସିଏସକେ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୪: ଦିଲ୍ଲୀ ବନାମ ଏସଆରଏଚ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୫: ଆରସିବି ବନାମ କେକେଆର, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୬: ସିଏସକେ ବନାମ ପଞ୍ଜାବ, ଅପରାହ୍ଣ ୪ଟା (ଚେନ୍ନାଇ)
ଏପ୍ରିଲ ୬: ଏସଆରଏଚ ବନାମ ମୁମ୍ବାଇ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୭: ଆରସିବି ବନାମ ଦିଲ୍ଲୀ, ଅପରାହ୍ଣ ୪ଟା (ବେଙ୍ଗାଲୁରୁ)
ଏପ୍ରିଲ ୭: ରାଜସ୍ଥାନ ବନାମ କେକେଆର, ରାତି ୮ଟା (ଜୟପୁର)
ଏପ୍ରିଲ ୮: ପଞ୍ଜାବ ବନାମ ଏସଆରଏଚ୍, ରାତି ୮ଟା (ମୋହାଲି)
ଏପ୍ରିଲ ୯: ସିଏସକେ ବନାମ କେକେଆର, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୧୦: ମୁମ୍ବାଇ ବନାମ ପଞ୍ଜାବ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୧: ରାଜସ୍ଥାନ ବନାମ ଚେନ୍ନାଇ, ରାତି ୮ଟା (ଜୟପୁର)
ଏପ୍ରିଲ ୧୨: କେକେଆର ବନାମ ଦିଲ୍ଲୀ, ରାତି ୮ଟା (କୋଲକାତା)
ଏପ୍ରିଲ ୧୩: ମୁମ୍ବାଇ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ମୁମ୍ବାଇ)
ଏପ୍ରିଲ ୧୩: ପଞ୍ଜାବ ବନାମ ଆରସିବି, ରାତି ୮ଟା (ମୋହାଲି)
ଏପ୍ରିଲ ୧୪: କେକେଆର ବନାମ ସିଏସକେ, ଅପରାହ୍ଣ ୪ଟା (କୋଲକାତା)
ଏପ୍ରିଲ ୧୪: ଏସଆରଏଚ୍ ବନାମ ଦିଲ୍ଲୀ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୫: ମୁମ୍ବାଇ ବନାମ ଆରସିବି, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୬: ପଞ୍ଜାବ ବନାମ ରାଜସ୍ଥାନ, ରାତି ୮ଟା (ମୋହାଲି)
ଏପ୍ରିଲ ୧୭: ଏସଆରଏଚ ବନାମ ସିଏସକେ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୮: ଦିଲ୍ଲୀ ବନାମ ମୁମ୍ବାଇ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୧୯: କେକେଆର ବନାମ ଆରସିବି, ରାତି ୮ଟା (କୋଲକାତା)
ଏପ୍ରିଲ ୨୦: ରାଜସ୍ଥାନ ବନାମ ମୁମ୍ବାଇ, ଅପରାହ୍ଣ ୪ଟା, (ଜୟପୁର)
ଏପ୍ରିଲ ୨୦: ଦିଲ୍ଲୀ ବନାମ ପଞ୍ଜାବ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୨୧: ଏସଆରଏଚ ବନାମ କେକେଆର, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ଏପ୍ରିଲ ୨୧: ଆରସିବି ବନାମ ସିଏସକେ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୨: ରାଜସ୍ଥାନ ବନାମ ଦିଲ୍ଲୀ, ରାତି ୮ଟା (ଜୟପୁର)
ଏପ୍ରିଲ ୨୩: ସିଏସକେ ବନାମ ଏସଆରଏଚ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୪: ଆରସିବି ବନାମ ପଞ୍ଜାବ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୫: କେକେଆର ବନାମ ରାଜସ୍ଥାନ, ରାତି ୮ଟା (କୋଲକାତା)
ଏପ୍ରିଲ ୨୬: ସିଏସକେ ବନାମ ମୁମ୍ବାଇ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୭: ରାଜସ୍ଥାନ ବନାମ ଏସଆରଏଚ, ରାତି ୮ଟା (ଜୟପୁର)
ଏପ୍ରିଲ ୨୮: ଦିଲ୍ଲୀ ବନାମ ଆରସିବି, ଅପରାହ୍ଣ ୪ଟା (ଦିଲ୍ଲୀ)
ଏପ୍ରିଲ ୨୮: କେକେଆର ବନାମ ମୁମ୍ବାଇ, ରାତି ୮ଟା (କୋଲକାତା)
ଏପ୍ରିଲ ୨୯: ଏସଆରଏଚ ବନାମ ପଞ୍ଜାବ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୩୦: ଆରସିବି ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୧: ସିଏସକେ ବନାମ ଦିଲ୍ଲୀ, ରାତି ୮ଟା (ଚେନ୍ନାଇ)
ମେ’ ୨: ମୁମ୍ବାଇ ବନାମ ଏସଆରଏଚ, ରାତି ୮ଟା (ମୁମ୍ବାଇ)
ମେ’ ୩: ପଞ୍ଜାବ ବନାମ କେକେଆର, ରାତି ୮ଟା (ମୋହାଲି)
ମେ’ ୪: ଦିଲ୍ଲୀ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ଦିଲ୍ଲୀ)
ମେ’ ୪: ଆରସିବି ବନାମ ଏସଆରଏଚ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୫: ପଞ୍ଜାବ ବନାମ ସିଏସକେ, ଅପରାହ୍ଣ ୪ଟା (ମୋହାଲି)
ମେ’ ୫: ମୁମ୍ବାଇ ବନାମ କେକେଆର, ରାତି ୮ଟା (ମୁମ୍ବାଇ)

Spread the love