ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଘୋଷଣା ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ହେଭିୱେଟଙ୍କ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି । ଏପରିକି ଅନ୍ୟ ଶିବିରରୁ ଆସି ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ନେତାଙ୍କୁ ଦଳ ଟିକେଟ ଦେଇଛି ।

ଖାସକରି ବିଜେଡି ହାତ ଛାଡି ବିଜେପିରେ ମିଶିଥିବା ଦାମୋଦର ରାଉତଙ୍କୁ ବାଲିକୁଦା ଏରସମା ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ କୁସୁମ ଟେଟେଙ୍କୁ ଦଳ ସୁନ୍ଦରଗଡରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଦଳ ପ୍ରାର୍ଥୀ କରିଥିବା ବେଳେ ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓଙ୍କୁ ନିର୍ବାଚନ ମୈଦାନକୁ ଓହ୍ଳାଇବ ଦଳ ।

Spread the love