ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ଛାତ୍ର, ଛାତ୍ରୀ ଙ୍କୁ ଅନଲାଇନ ଶିକ୍ଷା ପ୍ରଦାନ

ଭୁବନେଶ୍ୱର, ଗତ ରବିବାର ଦିନ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମାଞ୍ଚଳ ରେ ରହୁଥିବା ଗରିବ ଛାତ୍ର, ଛାତ୍ରୀ ଙ୍କ ସକାଶେ ଅନଲାଇନ ଶିକ୍ଷା ବ୍ୟବସ୍ଥା ର ପ୍ରାରମ୍ଭ କରା ଯାଇଛି । ପ୍ରଥମ ପର୍ଯାୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ପୁରୀ ରୁ ୨୦ ଜଣ ଛାତ୍ର, ଛାତ୍ରୀ ନାମାଙ୍କନ କରିଛନ୍ତି ।

ଭବିଷ୍ୟତ ରେ ବିଭିନ୍ନ ଏରିଆ ରେ ରହୁଥିବା ଛାତ୍ର, ଛାତ୍ରୀଙ୍କୁ ବିନା ମୂଲ୍ୟ ରେ ଶିକ୍ଷା ଯୋଗେଇ ଦେବା ଟ୍ରଷ୍ଟ ର ମୂଳ ଲକ୍ଷ ବୋଲି ମୁଖ୍ୟ ପରିଚାଳିକା ସାଗରୀକା ଶତପଥୀ କହିଛନ୍ତି । ଟ୍ରଷ୍ଟ ତରଫରୁ ବନ୍ଦିତା ଦାସ ଗରିବ ଛାତ୍ର, ଛାତ୍ରୀଙ୍କୁ ସ୍କୁଲ ସମୟ ଛାଡି ଅନ୍ୟ ସମୟରେ ବିନା ମୂଲ୍ୟ ରେ ଶିକ୍ଷା ଯୋଗେଇବେ। ଏହି କାର୍ଯ୍ୟ କ୍ରମ ରେ ସତ୍ୟଭାମା ମିଶ୍ର, ମାନସୀ ଦେବୀ ଏବଂ ବୀଣାପାଣି ମହାପାତ୍ର ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

Spread the love