ବଡ ମଣିଷ ହୁଅ କି ନହୁଅ, ଭଲ ମଣିଷଟେ ହୁଅ : ପ୍ରଶଂସିତ ହେଲେ ୧୫ କୁନି ପ୍ରତିଭା

ସୋର,  ନୂଆ ପ୍ରୟାସ ସହ ଯୋଡି ହୋଇ ଯାଇଛି ଆଉ ଏକ ସୁନେଲି ଫର୍ଦ୍ଦ। କୁନି କୁନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ନୂଆ ପ୍ରୟାସ ଆରମ୍ଭ କରିଛି ଆଉ ଏକ ଅଭିଯାନ। ମଙ୍ଗଳବାର ଶିଙ୍ଗାଖୁଣ୍ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଛି ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର ବିତରଣ ଉତ୍ସବ । ଯେଉଁଥିରେ ସୋର ଶିଙ୍ଗାଖୁଣ୍ଟା ପଞ୍ଚାୟତର ୧୫ଟି ସ୍କୁଲର ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ସର୍ବୋତମ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।

ଏହି ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ । ଶିକ୍ଷାବିତ୍ ମୁରଲୀଧର ପାଢୀ, କୈଳାସ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ବେଜ, ଶିକ୍ଷକ ଦାମୋଦର ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ଜେନା, ସମିତି ସଭ୍ୟ ନାରାୟଣ ବେହେରା, ସମାଜସେବୀ ସୁନିଲ ରଞ୍ଜନ ବିଶ୍ବାଳଙ୍କ ସହ ନରେନ୍ଦ୍ର ମହାପାତ୍ରଙ୍କ ପୁତୁରା ଅଜୟ ମହାପାତ୍ର ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା, ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଆମନ୍ତ୍ରିତ କରିଥିଲେ ନୂଆ ପ୍ରୟାସର ସମ୍ପାଦକ ତଥା ସାମ୍ବାଦିକ ରାମକୃଷ୍ଣ ବାରିକ।

ଶିକ୍ଷାକୁ ନେଇ ସ୍ବପ୍ନ ଦେଖୁଥିବା ସ୍ବର୍ଗତ ନରେନ୍ଦ୍ର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସ୍ବର୍ଗତ ନରେନ୍ଦ୍ରଙ୍କ ସ୍ବପ୍ନକୁ ସତ କରିଛନ୍ତି ତାଙ୍କ ପୁତୁରା ବିଜୟ ମହାପାତ୍ର। ତେବେ କାର୍ଯ୍ୟକ୍ରମରେ ଭଲ ମଣିଷଟେ ହେବାର ସୂତ୍ର ବିଭିନ୍ନ ଅତିଥି ଶିଖାଇ ଥିବାବେଳେ ସମ୍ବର୍ଦ୍ଧିତ ସମସ୍ତ ପ୍ରତିଭା ୫ଟି ବିନ୍ଦୁ ଉପରେ ପ୍ରତିଜ୍ଞା କରିଥିଲେ। ମାଟିର ଟେକ ରଖିବା ଠାରୁ ନିଶାମୁକ୍ତ ସମାଜ ଗଢିବା ନେଇ ଶପଥ ନେଇଥିଲେ।

ସମ୍ବର୍ଦ୍ଧିତ ପ୍ରତିଭା ମଧ୍ୟରେ- ଅରୁଶ୍ରୀ ଦାସ, ଆଙ୍କାକ୍ଷା ସାହୁ, କାର୍ତ୍ତିକ ମଲ୍ଲିକ, ଭାନୁମତୀ ମହାନ୍ତି, ଅର୍ଚ୍ଚିତା ସାହୁ, ରଶ୍ମୀକାନ୍ତ ସାହୁ, ଦୀପସୀତା ରାଉତ, ଚନ୍ଦ୍ରଶେଖର ସାହୁ, ପ୍ରକାଶ ନାୟକ, ରଶ୍ମୀରେଖା ରାଉତ, ସୁମିତ କୁମାର ବାରିକ, ମଙ୍ଗରାଜ ନାୟକ, ବୀର ସିଂ, ବୀପ୍ର ସୋରେନ।

ତେବେ କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ ଓଁକାର ମିଶ୍ର, ଶିକ୍ଷକ ଲକ୍ଷ୍ମୀଧର ପାତ୍ର, ମହେଶ୍ୱର ବେହେରା, ବିଜୟ ବାରିକ, ସୁଜିତ ଗିରି, ମହେଶ୍ୱର ଦାସ, ସରୋଜ ବେହେରା, ରବୀନ୍ଦ୍ର ଜେନା, ପ୍ରକାଶ ଜେନା ଆଦିଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଆଜିର କାର୍ଯ୍ୟକ୍ରମ ସଫଳ ହୋଇଛି।

Spread the love