ପିପିଲି-ଡେଲାଙ୍ଗର ନେତା ଓ କର୍ମୀଙ୍କ ସହ ପ୍ରତାପ ଦେବଙ୍କ ଆଲୋଚନା

ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ରଣନୀତି ବୈଠକ। ପିପିଲି ଓ ଡେଲାଙ୍ଗ ବ୍ଲକର ନେତା ଓ କର୍ମୀଙ୍କୁ ଡାକି ଆଲୋଚନା କରିଛନ୍ତି ପିପିଲି ପାଇଁ ଦଳର ପ୍ରଭାରୀ ହୋଇଥିବା ପ୍ରତାପ ଦେବ। ଡେଲାଙ୍ଗ ଓ ପିପିଲିର ବ୍ଲକ ଅଧ୍ୟକ୍ଷ ଏବଂ ୨ ବ୍ଲକର ବିଜେଡି ସଭାପତି, ପିପିଲି ଏନଏସିର ବିଜେଡି ସଭାପତି ପ୍ରମୁଖଙ୍କୁ ଡାକି ପ୍ରତାପ ଦେବ ଆଲୋଚନା କରିଛନ୍ତି।

ବିଶେଷ କରି ପିପିଲିରେ ପ୍ରାର୍ଥୀ କିଏ ହେଲେ ଭଲ ହେବ ଏବଂ ଦଳର ପ୍ରଚାର ରଣନୀତି କଣ ରହିବ ସେନେଇ ବିଚାର ବିମର୍ଶ କରିଛନ୍ତି। ଆଲୋଚନା ପରେ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି ଯେ, ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଦଳର ବିଜୟ ସମ୍ଭାବନା ରହିଛି। କିନ୍ତୁ ଦଳ ସୁପ୍ରିମୋ ଯାହାକୁ ଟିକେଟ ଦେବେ ତାହାକୁ ଗ୍ରହଣ କରିବୁ ବୋଲି ସମସ୍ତେ ଏକମତ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ ତାଙ୍କ ପୁଅ ଓ ପତ୍ନୀ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ଇସାରା ଦେଇଥିବାରୁ ଦଳ କାହାକୁ ଟିକେଟ ଦେବ ସେନେଇ ଦ୍ବନ୍ଦ୍ବରେ ରହିଛି ବିଜେଡି।

Spread the love