ସିକଲ୍ ସେଲ୍ ରୋଗ କ’ଣ ଏବଂ କିଭଳି ଏହି ରୋଗରୁ ବଞ୍ଚି ପାରିବେ ଜାଣନ୍ତୁ

ପରିବେଶ ବଦଳିବା ସହିତ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ବଢ଼ିବାରେ ଲାଗିଛି। ଦିନକୁ ଦିନ ନୂଆ ନୂଆ ରୋଗ ଚିହ୍ନଟ ହେଉଛି। ପରିବେଶର ସିଧାସଳଖ ଜିନ୍ ଉପରେ ପ୍ରଭାବ ପକାଉଛି। ପରିବେଶର ପରିବର୍ତ୍ତିତ ପରିସ୍ଥିତିରେ କିଛି ଜେନେଟିକ୍ ରୋଗ ବା ଆନୁବଂଶିକ ରୋଗ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହିଭଳି ଏକ ଜେନେଟିକ୍ ରୋଗ ହେଲା ସିକଲ୍ ସେଲ୍। ଜିନରେ ଅସାମାନ୍ୟ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ମାତାପିତାଙ୍କ ମଧ୍ୟରେ ଏହି ରୋଗ ଥିଲେ ପିଲାଙ୍କ ମଧ୍ୟରେ ଦେଖାଦେଇଥାଏ। ସିକଲ୍ ସେଲ୍ ରୋଗ କଣ ଏବଂ

କିଭଳି ଏହି ରୋଗରୁ ବଞ୍ଚି ପାରିବେ ଜାଣନ୍ତୁ :

ବିଶେଷଜ୍ଞଙ୍କ ଅନୁସାରେ, ସିକଲ ସେଲ ଏକ ଜେନେଟିକ ରୋଗ। ସାଧାରଣତ ଆମ ଶରୀରରେ ଲାଲ ରକ୍ତ କଣିକା ଏକ ପ୍ଲେଟ ପରି ସମତଳ ଏବଂ ଗୋଲାକାର ହୋଇଥାଏ। ଏହା ରକ୍ତ ନଳୀରେ ସହଜରେ ଗତି କରିବାକୁ ସକ୍ଷମ କିନ୍ତୁ ଯଦି ଜିନ୍ ଗୁଡିକ ଅସ୍ୱାଭାବିକ ଥାଏ ତେବେ ଲାଲ ରକ୍ତ କଣିକାଗୁଡ଼ିକ ପ୍ଲେଟ୍ ଭଳି ଗୋଲାକାର ନ ହୋଇ ଅର୍ଦ୍ଧଚନ୍ଦ୍ର ରୂପରେ ଦେଖାଦେଇଥାଏ।

ଏହି କାରଣରୁ ଏହା ରକ୍ତନଳୀରେ ସଠିକ୍ ଭାବରେ ଗତି କରିପାରେ ନାହିଁ ଏବଂ ଏହି କାରଣରୁ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏହି କାରଣରୁ ରୋଗୀ ମଧ୍ୟରେ ରକ୍ତହୀନତା ସମସ୍ୟା ଦେଖାଦେଇଥାଏ। ସାଧାରଣତଃ ବିକଶିତ ହୋଇନଥିବା ଦେଶରେ ସିକ ସେଲ ରୋଗ ଅଧିକ ବ୍ୟାପିଥାଏ। ତେଣୁ ଆଫ୍ରିକା, ତୁର୍କୀ, ଗ୍ରୀସ୍, ସାଉଦି ଆରବ ଏବଂ ଭାରତ ଭଳି ଦେଶରେ ଏହି ରୋଗ ଅଧିକ ଦେଖାଦେଇଥାଏ।

ସିକଲ ସେଲ ଜେନେଟିକ ରୋଗ ହୋଇଥିଲେ ମଧ୍ୟ କିଛି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ ଯେପରି ଏହି ରୋଗ ବ୍ୟାପିବାରେ ରୋକା ଯାଇପାରିବ। ଏହା ଏକ ଗମ୍ଭୀର ରୋଗ। ସେଥିପାଇଁ ଏହି ରୋଗରୁ ବଞ୍ଚିବା ନିହାତି ଜରୁରୀ | ଶିଶୁଙ୍କ ମଧ୍ୟରେ ଯେପରି ଏହି ରୋଗ ପାରିତ ନ ହେବ ସେଥିପାଇଁ ବିବାହ ପୂର୍ବରୁ ଯୁବକ ଯୁବତୀ ଉଭୟ ରକ୍ତ ନମୁନା ଯାଞ୍ଚ କରିନେବା ଉଚିତ। ଯଦି ଯୁବକ ଯୁବତୀ ସିକଲ୍ ସେଲ୍ ରୋଗର ଗ୍ରାସିତ ତାହେଲେ ସେମାନେ ପରସ୍ପରକୁ ବିବାହ କରିବା ଉଚିତ ନୁହେଁ। କାରଣ ଏମାନେ ବିବାହ ପରେ ତାଙ୍କ ଶିଶୁଙ୍କୁ ସିକଲ୍ ସେଲ୍ ରୋଗ ହେବାର ସମ୍ଭାବନା ଅଧିକ ଥାଏ। କିଛି ଦେଶରେ ବିବାହ ପୂର୍ବରୁ ଯୁବକ ଯୁବତୀଙ୍କ ସିକଲ ସେଲ ଯାଞ୍ଚ ଅନିବାର୍ଯ୍ୟ କରିଦିଆଯାଇଛି। ସିକଲ୍ ସେଲ୍ ପୀଡିତ ଶିଶୁ ଦୁର୍ବଳ ହୋଇଥାନ୍ତି। ଟୀକାକରଣ ଦ୍ୱାରା ଏହି ଶିଶୁଙ୍କ ସୁରକ୍ଷିତ କରାଯାଇ ପାରିବ।

ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ବୋନାମାରୋ ଟ୍ରାନ୍ସପ୍ଲାଣ୍ଟ ସିକଲ୍ ସେଲ୍ ରୋଗର ଏକମାତ୍ର ଉପଲବ୍ଧ ଚିକିତ୍ସା। କିନ୍ତୁ ଏହି ଚିକିତ୍ସା ବହୁତ ବିପଦଜନକ ଏବଂ ଏହାର ଅନେକ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ରହିଛି। ତାଛଡା ପୀଡିତଙ୍କୁ ଫଲିକ ଏସିଡ ଔଷଧ ଦେଇ ମଧ୍ୟ ଉପଚାର କରାଯାଇପାରେ। ଶିଶୁଙ୍କ ପାଇଁ ଟୀକାକରଣରେ ନିମୋକୋକାଲ୍, ଫ୍ଲୁ ଏବଂ ମେନିଙ୍ଗୋକୋକାଲ୍ ଟିକା ଚିକିତ୍ସା କରାଯାଏ। ଏହା ବ୍ୟତୀତ ଅନେକ ବୈଜ୍ଞାନିକ ମଧ୍ୟ ସିକଲ ସେଲ ଜିନ ଉପରେ ଅନୁସନ୍ଧାନ କରୁଛନ୍ତି। ଯାହାଦ୍ୱାରା ରୋଗୀର ଅସ୍ୱାଭାବିକ ଜିନ୍ ବଦଳାଇ ଏହାର ଚିକିତ୍ସା କରାଯାଇପାରିବ। ଏହିପରି ରୋଗୀଙ୍କୁ ନିଜ ଶରୀରର ହେମୋଗ୍ଲୋବିନ୍ ସ୍ଥର ହ୍ରାସ ନ କରିବା ଉଚିତ। ଏହା ବ୍ୟତୀତ ଆହାରରେ ଆଇରନ୍, ଫୋଲିକ୍ ଏସିଡ୍ ଭଳି ପୋଷକ ତତ୍ତ୍ୱରେ ଭରପୂର ଜିନିଷ ଖାଦ୍ୟରେ ସାମିଲ କରିବା ଉଚିତ।

Spread the love