କୃଷକଙ୍କ ବିକାଶର ବାଧକ ସାଜି ବିଭ୍ରାନ୍ତିକର ବକ୍ତବ୍ୟ ଦେଇ ଦ୍ୱନ୍ଦ ସୃଷ୍ଟି କରୁଛି ବିଜେଡି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ପବିତ୍ର ସଂସଦରେ ଶାସକ ବିଜୁ ଜନତା ଦଳର ସଦସ୍ୟମାନେ ମିଥ୍ୟା ଓ ବିଭ୍ରାନ୍ତକର ତଥ୍ୟ ଉପସ୍ଥାପନା କରି ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ଗତ କାଲି ବିଜେଡି ସାଂସଦ ଡା.ସସ୍ମିତ ପାତ୍ର ରାଜ୍ୟସଭାରେ ଧନ୍ୟବାଦ ଆଲୋଚନାରେ ଭାଗ ନେଇ ମିଥ୍ୟା ଅଭିଯୋଗ କରି ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । କଷ୍ଟ ଅଫ ପ୍ରଡକ୍ସନକୁ ନେଇ ଡା.ପାତ୍ର ସାଧାରଣରେ ଦ୍ୱନ୍ଦ ସୃଷ୍ଟି
କରିଛନ୍ତି। ଚାଷୀଙ୍କ ରୋଜଗାର ୨ ଗୁଣ କରିବା ଓ କୃଷି ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପ୍ରତିଶୃତିବଦ୍ଧତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିସ୍ତୃତ ଭାବରେ ରାଜ୍ୟସଭାରେ ବକ୍ତବ୍ୟ ଦେଇସାରିଲା ପରେ ତାଙ୍କୁ କଟାକ୍ଷ କରି ଡା.ପାତ୍ର ଯେଉଁ ମିଥ୍ୟା ଉଦାହରଣ ଉପସ୍ଥାନ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ବିଭ୍ରାନ୍ତକର ଅଟେ । ସ୍ୱାମୀନାଥନ ରିପୋର୍ଟ ଏବଂ ଆନ୍ତଃମନ୍ତ୍ରୀସ୍ତରୀୟ ରିପୋର୍ଟକୁ ଭଲ ଭାବେ ନପଢି ବିଭ୍ରାନ୍ତିକାରୀ ବକ୍ତବ୍ୟ ଦେଇ ଦ୍ୱନ୍ଦ ସୃଷ୍ଟି କରିଛନ୍ତି । ବୁଝି ନପାରିଲେ ଆଲୋଚନା କରି ବକ୍ତବ୍ୟ ଦିଆନ୍ତୁ ନଚେତ୍ ଖୋଲା ବିତର୍କକୁ ଆସି ଆଲୋଚନା କରିବାକୁ ଡା.ପାତ୍ରଙ୍କୁ ଆହ୍ୱାନ ଦେବା ସହ କୃଷକଙ୍କ ବିକାଶର ବାଧକ ସାଜି ବିଭ୍ରାନ୍ତକର ବକ୍ତବ୍ୟ ଦେଇ ଦ୍ୱନ୍ଦ ସୃଷ୍ଟି କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କେନ୍ଦ୍ର ସରକାର
ସ୍ୱାମୀନାଥନ କମିଟିର ସୁପାରିଶକ୍ରମେ ଧାନର ଏମଏସପି ଧାର୍ଯ୍ୟ କରିନାହାନ୍ତି ବୋଲି ଅଭିଯୋଗ କରିବା ସଂପୂର୍ଣ୍ଣ ମିଥ୍ୟା । ବାସ୍ତବ କଥା ହେଉଛି ଯେ, ୨୦୦୪ ମସିହା ଫେବୃଆରୀ ମାସରେ ଡା.ଏମ.ଏସ.ସ୍ୱାମୀନାଥନଙ୍କ ନେତୃତ୍ୱରେ ନ୍ୟାସନାଲ କମିଶନ ଅନ୍ ଫାର୍ମର୍ସ (ଏନସିଏଫ) ଗଠନ କରାଇଯାଇଥିଲା ଏବଂ ଏନସିଏଫର ସୁପାରିଶ ଅନୁସାରେ ସରକାର ନ୍ୟାସନାଲ ପଲିସି ଫର ଫାର୍ମର୍ସ ଇନ ୨୦୦୭ (ଏନଆପଏଫ ୨୦୦୭)କୁ ଅନୁମୋଦନ କରିଥିଲେ । ଏହା ଦ୍ୱାରା କୃଷକର ଆର୍ଥିକ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏମ.ଏସ.ସ୍ୱାମୀନାଥନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏନସିଏଫ ପରାମର୍ଶ ଦେଇଥିଲେ ଯେ, ଉତ୍ପାଦନ ଖର୍ଚ୍ଚର ହାରାହାରି ମୂଲ୍ୟଠାରୁ ଏମଏସପି ସର୍ବନିମ୍ନ ୫୦ ପ୍ରତିଶତ ଅଧିକ ହେବା ଉଚିତ୍ । ଏହି ସୁପାରିଶ ସମୟରେ ସ୍ୱାମୀନାଥନ ସଠିକ୍ ଭାବରେ ଏମଏସପି ଧାର୍ଯ୍ୟ ପାଇଁ କେଉଁ ମୂଲ୍ୟ ଏ୨ + ଏଫଏଲ କିମ୍ବା (ଏ୨ + ଏଫଏଲ ବା ସି୨) କୁ ବିଚାର କରାଯିବା ଉଚିତ୍ ତାହା ଉଲ୍ଲେଖ କରିନାହାନ୍ତି । ଏଥିରୁ ଡା.ପାତ୍ରଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।ଅନ୍ୟପଟେ ମୋଦି ସରକାର ୨୦୧୪ ମସିହାରେ ଶାସନ କ୍ଷମାତାକୁ ଆସିବା ପରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ
୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ୨ ଗୁଣା କରିବା ପାଇଁ ପ୍ରତିଶୃତିବଦ୍ଧ। ଧାନର କ୍ୱଂଟାଲ ପିଛା ଏମଏସପି ମୂଲ୍ୟ ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୧୩୬୦ ଟଙ୍କା ଥିବାବେଳେ ବର୍ତମାନ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ସ୍ୱାମୀନାଥନ କମିଟି ସୁପାରିଶରୁ ଇଂଟର ମିନିଷ୍ଟ୍‌୍ରିଆଲ କମିଟି (ଆଇଏମସି) ଦ୍ୱାରା ଚିହ୍ନଟ ହୋଇଥିବା ୨୦୧ଟି କାର୍ଯ୍ୟ ପଏଂଟରୁ କେନ୍ଦ୍ର ସରକାର ୨୦୦ଟି କାର୍ଯ୍ୟକାରୀ କରିସାରିଛନ୍ତି । ବିଚାରଧୀନ ଥିବା କେବଳ ଗୋଟିଏ ହେଉଛି, ପ୍ରତ୍ୟେକ ରାଜ୍ୟରେ ଗୋଟିଏ ମଡେଲ ଜିନୋମ କ୍ଲବ, ଆରକେଭିୱାଇଙ୍କ ସହଯୋଗରେ ଆରମ୍ଭ ହେବା ପାଇଁ ପ୍ରତିଷ୍ଠା କରାଯିବା ଉଚିତ୍ । ତେବେ ଆରକେଭିୱାଇ ଏହାର ବିଭିନ୍ନ ଅନୁଷ୍ଠାନରେ କୃଷିରେ ଜିନୋମ ଅନୁସନ୍ଧାନ କରୁଥିବାବେଳେ ଡିଏଆରଇ / ଆସିଏଆର ରୁ ଅପେକ୍ଷା କରାଯାଇଥିବା ସୁଚନା ରହିଛି । କେନ୍ଦ୍ର ସରକାର ଗତ ୨୦୧୬ ମସିହା ଏପ୍ରିଲ ମାସରେ ମଧ୍ୟ ଏକ ଇଂଟର ମିନିଷ୍ଟ୍‌୍ରିଆଲ କମିଟି ଗଠନ କରି ‘କୃଷକଙ୍କ ଆୟ ଦ୍ୱିଗୁଣିତ’ ସମ୍ବନ୍ଧୀୟ ବିଷୟଗୁଡିକ ଯାଂଚ କରିବା ସହ ଏହି ଲକ୍ଷ୍ୟ ହାସଲ କରିବାକୁ ରଣନୀତି ସୁପାରିଶ କରିଥିଲେ । ୨୦୧୮ ମସିହାରେ ପ୍ରଦତ ଏହି କମିଟି ରିପୋର୍ଟ ଅନୁଯାୟୀ ଡିଏଫଆଇ ରଣନୀତିରେ କୃଷି ଆୟ ଅଭିବୃଦ୍ଧିର ୭ଟି ଉପାଦାନ ରହିଛି । ଯଥା,
(କ) ଫସଲ ଉତ୍ପାଦନର ଉନ୍ନତି, (ଖ) ପଶୁପାଳନରେ ଅଭିବୃଦ୍ଧି, (ଗ) ସମ୍ବଳର ବ୍ୟବହାର କିମ୍ବା ଉତ୍ପାଦନ ଖର୍ଚ୍ଚର ସଂଚୟ,
(ଘ)ଫସଲର ଇଂଟେନସିଟି ବୃଦ୍ଧି, (ଙ) ଉଚ୍ଚ ମୂଲ୍ୟର ଫସଲ ପ୍ରତି ବିବିଧତା, (ଚ) ଚାଷୀମାନେ ପାଉଥିବା ଠିକ୍ ମୂଲ୍ୟରେ ବୃଦ୍ଧି, ଏବଂ (ଛ) ଛାଷକୁ ଅଣ-ଚାଷ ବ୍ୟବସାୟକୁ ସ୍ଥାନାନ୍ତର କରିବା । ଡିଏଫଆଇ କମିଟି ସୁପାରିସକୁ ଗ୍ରହଣ କରିବା ପରେ ଏହାର ଅଗ୍ରଗତିର ସମୀକ୍ଷା ଏବଂ ତଦାରଖ କରିବା ପାଇଁ ଏକ ‘ସଶକ୍ତିକରଣ ସଂସ୍ଥା’ ଗଠନ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାହୀଙ୍କୁ ବାର୍ଷିକ ୪ଟି କିସ୍ତିରେ ୨ ହଜାର ଟଙ୍କା ଲେଖଁଏ ୮ ହଜାର ଟଙ୍କା ଦିଆଯାଉଛି । ସେହିପରି କ୍ଷୁଦ୍ର ଓ ମଧ୍ୟବିତ ଚାଷୀଙ୍କୁ ପ୍ରଦାନମନ୍ତ୍ରୀ କିଷାନ ମାନଧନ ଯୋଜନା ଜରିଆରେ ସେମାନଙ୍କ ବାର୍ଦ୍ଧକ୍ୟ ସମୟରେ ୩ ହଜାର ଟଙ୍କାର ଭତା ପ୍ରଦାନ କରାଯାଉଛି । କୃଷି ଋଣକୁ ସୁନିଶ୍ଚିତ କରିବା ପାଇଁ ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୧୯-୨୦ ମସିହାରେ ଏହି କୃଷି ଋଣ ନିର୍ଦ୍ଧାରିତ ୧୩.୫୦ ଲକ୍ଷ କୋଟି ହାସଲ ହୋଇଥିବାବେଳେ ୨୦୨୦-୨୧ ରେ ୧୫ ଲକ୍ଷ କୋଟି ଧାର୍ଯ୍ୟ ହୋଇଛି । ୨୦୧୭-୧୮ ଅର୍ଥକ ବର୍ଷରେ କୃଷି କ୍ଷେତ୍ରରେ ବଜେଟ ଅନୁଦାନ ୫୨,୬୫୫ କୋଟି ଥିବାବେଳେ ୨୦୨୦-୨୧ ଅର୍ଥିକ ବର୍ଷରେ ୧,୩୪,୩୯୯ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଅତ୍ୟାଧୁନିକ ‘ଆତ୍ମନିର୍ଭର ଭାରତ-କୃଷି’ ଜରିଆରେ ବ୍ୟାପକ ବଜାର ସଂସ୍କାର ଏବଂ ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭିତିଭୁମି ପାଂଠି’ ଅନ୍ତର୍ଭୁକ୍ତ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ୍ଣଳନ୍ଦ୍ର ସରକାର ଚାଷ ଓ ଚାଷୀକଲ୍ୟାଣ ପାଇଁ ଅନେକ ନୂତନ ସଂସ୍କାର ଆଣିଛନ୍ତି । ଏପିଏଲଏମସି ମଡେଲ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ-୨୦୧୭, ଏକକୀକରଣ ପ୍ଲାଟଫର୍ମ ଭାବରେ ୨୨,୦୦୦ ସଂଖ୍ୟକ ଗ୍ରାମୀଣ କୃଷି ମାର୍କେଟ ପ୍ରତିଷ୍ଠା, କୃଷକ ବ୍ୟାପାର ଏବଂ ବାଣିଜ୍ୟ ଉତ୍ପାଦନ (ପ୍ରୋତ୍ସାହନ ଓ ସୁବିଧା) ଅଧିନିୟମ-୨୦୨୦, ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧରନିୟମ-୨୦୨୦ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ସଂସ୍କାର, ବିଭିନ୍ନ କୃଷି ସାମଗ୍ରୀର ନିୟନ୍ତ୍ରଣ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ-୧୯୫୫, ୨୦୨୪ ମସିହା ସୁଦ୍ଧା ୧୦ ହଜାର ଏଫପିଓ (ଫାର୍ମର୍ସ ପ୍ରଡ୍ୟୁସ ଅର୍ଗାନାଇଜେସନ)କୁ ପ୍ରୋତ୍ସାହନ ଭଳି ଅନେକ ସଂସ୍କାର ଆଣିଛନ୍ତି ।ସେହିପରି କୃଷି କ୍ଷେତ୍ରର ବିକାଶ ପାଇଁ କୃଷି ପାଂଠି ଗଠନ କରାଯାଇଛି । କ୍ଷୁଦ୍ର ଜଳସେଚନ ପାଇଁ ୫ ହଜାର କୋଟି ଟଙ୍କାର ପାଂଠି, ୨ ହଜାର କୋଟି ଟଙ୍କା ବ୍ୟୟରେ ଇନାମ ଏବଂ ଗ୍ରାମସକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ବଜାର ପାଂଠି ଗଠନ, କୃଷି ଭିତିଭୁମି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଂଠିର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ଅବସରରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love