ଆଳୁ ମିଶନରେ ୩୦୦ କୋଟି ଟଙ୍କା ଲୁଟ: ବିଜେପି

୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇବି ବିଜୁ ଜନତା ଦଳର ସରକାର ରାଜ୍ୟରେ ଶିତଳ ଭଣ୍ଡାରଟିଏ ନିର୍ମାଣ କରିପାରିଲେ ନାହିଁ । ଓଡିଶାରେ ଆଳୁ ଉପ୍ତାଦନ ବି ବଢିଲା ନାହିଁ । ଆଜିବି ଆମେ ଆଳୁ ପାଇଁ ପଡୋଶି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ୧୯ ବର୍ଷର ନିରବଛିନ୍ନ ବିଫଳତା, ଅପାରଗତା ଏବଂ ଚାଷୀମାରଣ ନୀତି ପାଇଁ ଆଜି ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିଲା । ଆଳୁ ମିଶନ ବି ଫେଲ ମାରିଲା । ଆଳୁ ମିଶନରେ ୩୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଲୁଟ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଳୁ ମିଶନ ଅର୍ଥରେ ମନ୍ତ୍ରୀ, ଅଫିସରମାନେ ବିଦେଶ ବୁଲିଛନ୍ତି । ପେରୁ, ଦୁବାଇ
ଯେଉଁଠି ଆଳୁ ଚାଷ ହୁଏ ନାହିଁ ସେଠାରେ ଆଳୁ ଚାଷ ବିଷୟରେ ଜ୍ଞାନ ହାସଲ ପାଇଁ ଯାଇଛନ୍ତି । ଗରିବ ଓଡିଆଙ୍କ ଅର୍ଥର ଏପରି
ବ୍ୟାପକ ହରିଲୁଟର ଜବାବ ଓଡିଶା ଲୋକ ଆଗାମି ନିର୍ବାଚନରେ ଦେବେ ।
୨୦୧୪ରେ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ? କୁଆଡେ
ଗଲା ସେ ପ୍ରତିଶୃତି ? କେତେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲା ତାହାର ଜବାବ ବିଜୁ ଜନତା ଦଳ ଜବାବ ଦିଅନ୍ତୁ ବୋଲି ଶ୍ରୀ
ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୭ ଡିସେମ୍ବର ୨୦୧୪ରେ ରାଜ୍ୟ ସରକାର ଆଳୁ ମିଶନର ଘୋଷଣା କରିଥିଲେ ।
୨୦ ଅଗଷ୍ଟ ୨୦୧୫ରେ ମୁଖ୍ୟମନ୍ତ୍ରୀ ଆଳୁ ସଂରକ୍ଷଣ ପାଇଁ ଆଗାମି ୩ ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ
ଘୋଷଣା କରିଥିଲେ । ୨୬ ଅକ୍ଟୋବର ୨୦୧୫ରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା । ମାର୍ଚ୍ଚ
୧୪, ୨୦୧୬ରେ ଆଉ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା । କୁଆଡେ ଗଲା ସେ ସମୀକ୍ଷାର
ରିପୋର୍ଟ । ସେ ସମସ୍ତ ମନ୍ତ୍ରୀସ୍ତରିୟ ବୈଠକରେ କଣ ସବୁ ଆଲୋଚନା ହେଉଥିଲା ? ବାଦାମ ଭଜା ଖାଇକି ମନ୍ତ୍ରୀମାନେ
ବୈଠକ ସାରୁଥିଲେ କି ?
ଭାରତୀୟ ଜନତା ପାର୍ଟୀ ଆଜି ପ୍ରଶ୍ନ ପଚାରୁଛି ବିଜୁ ଜନତା ଦଳର ସରକାର କେତେ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା
କଲେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏହାର ଉତର ରଖନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
୨୨ ଜଣ ଯୁବ ଶିଳ୍ପ ଉଦ୍ୟୋଗପତି ରାଜ୍ୟ ସରକାରଙ୍କ ଭରଷାରେ ରିହାତି ନେଇ ପିପିପି ମୋଡରେ ଆଳୁ ମିଶନ ଯୋଜନାରେ
ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ ହେଲେ ସେମାନଙ୍କର ଅବସ୍ଥା ଆଜି ଶୋଚନୀୟ । ମାସକୁ ମାସକୁ ବ୍ୟାଙ୍କକୁ ସୁଧ
ଦେଉଥିଲାବେଳେ ଆଳୁ ଉପ୍ତାଦନ ହେଉନଥିବା କାରଣରୁ ଓ ବିଜୁଳି ସଂଯୋଗର ଅଭାବ କାରଣରୁ ସେ ସବୁ ଶୀତଳ
ଭଣ୍ଡାରରେ ଆଜି ତାଲା ପଡିଛି । ଏ ସରକାର ୧୯ ବର୍ଷରେ ଚାଷୀ ଏବଂ କୃଷି ଉଦ୍ୟୋଗପତିମାନଙ୍କୁ ପ୍ରତାରଣା କରିଛି ବୋଲି
ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଆଳୁ ମିଶନକୁ ଏବେ ୪ ବର୍ଷ ପୁରିଲାଣି । ୩ ବର୍ଷ ଭିତରେ ଆଳୁ ଉପ୍ତାଦନ ୧୧ ଲକ୍ଷ ମେଟ୍ରିକ ଟନ ହେବ ବୋଲି
ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ୨୦୧୫ରେ ଯାହା ଆଳୁ ଉପ୍ତାଦନ ହେଉଥିଲା ତାହା ଏବେ ବର୍ଷକୁ ବର୍ଷ
କମିବାରେ ଲାଗିଛି । ଯେଉଁ ଯୁବ କୃଷି ଉଦ୍ୟୋଗିମାନେ ସରକାରଙ୍କ ପୋସ୍ତ୍ରାହନରେ ଶିତଳ ଭଣ୍ଡାର କରିଥିଲେ ସେମାନେ ଏବେ
ଶିତଳ ଭଣ୍ଡାରରେ ତାଲା ମାରିଲେଣି କାରଣ ରାଜ୍ୟରେ ଆଳୁ ଉପ୍ତାଦନ ବଢିଲା ନାହିଁ । ବର୍ତମାନ ଓଡିଶାରେ ଥିବା ସମସ୍ତ
ଶୀତଳଭଣ୍ଡାରର ସର୍ବମୋଟ ବାର୍ଷୀକ କ୍ଷମତା ୧,୬୩,୭୮୦ ଟନ ଅଟେ । ଯାହା ଆମ ପଡ଼ୋଶୀ ରାଜ୍ୟ ପଶ୍ଚି ିମବଙ୍ଗ ଓ ଆନ୍ଧ୍ର
ପ୍ରଦେଶର ଗୋଟିଏ ଗୋଟିଏ ଜିଲ୍ଲାରେ ଥିବା ଶୀତଳୀକରଣ କ୍ଷମତା ଠାରୁ ବି କମ୍ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଡ.ଜତୀନ ମହାନ୍ତି ଏବଂ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ
ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love