ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼

ତାମିଲନାଡୁର ତାଞ୍ଜାଭୁରଠାରେ ସୋମବାର ଦିନ ଏକ ନିର୍ବାଚନୀ ପ୍ରଚାର ର‍୍ୟାଲି ବେଳେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଛି। ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଅପ୍ରେଲ 18ରେ ତାମିଲନାଡୁର 39 ଲୋକସଭା ଆସନ ପାଇଁ ମତଦାନ ହେବ। ମଇ 23ରେ ନିର୍ବାଚନୀ ଫଳ ପ୍ରକାଶ ପାଇବ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି।

ଏ କ୍ରମରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ତାଞ୍ଜାଭୁର ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଥିଲା। ଚପଲଟି ଯାଇଁ ତାଙ୍କ କାର ଉପରେ ପଡିଥିଲା। ଏହାର ଏକ ଭିଡିଓ ‘ମିରର ନାଓ’ ଟ୍ୱିଟ୍‍ର ହ୍ୟାଣ୍ଡେଲରେ ସେୟାର କରାଯାଇଛି।
ପ୍ରକାଶଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ପିଙ୍ଗା ସରିଛି।

Spread the love