ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା
ମାଟିରେ ମିଶିଲା ଟ୍ରମ୍ପ ପ୍ଲାଜା । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିର୍ମିତ ଏକ ଭବ୍ୟ ହୋଟେଲ୍ ଓ କ୍ୟାସିନୋ ଟ୍ରମ୍ଫ ପ୍ଲାଜାକୁ ହଜାର ହଜାର ସଂଖ୍ୟାରେ ଡାଇନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଣ୍ଟିକ ସହରରେ ଟ୍ରମ୍ଫ ପ୍ଲାଜା ହୋଟେଲ୍ କସିନୋ ପାଇଁ ବେଶ୍ ଜଣାଶୁଣା ଥିଲା । କିନ୍ତୁ ଏବେ ଏହି ବହୁତଳ ବିଶିଷ୍ଟ ହୋଟେଲକୁ ୩ ହଜାର ଡାଇନାମାଇଟ୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଲାଇଭ୍ ଷ୍ଟ୍ରିମିଂ ଜରିଆରେଦେଖିଛନ୍ତି।
Atlantic City invited onlookers to watch as the city used a controlled demolition to bring down the Trump Plaza Hotel and Casino on the New Jersey waterfront pic.twitter.com/NlRP5v7hkP
— Reuters (@Reuters) February 17, 2021
୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଟ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ଥନୀୟ ମେୟରଙ୍କ କହିବାକଥା, ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାଶଂ ପ୍ରାୟ ୮ମହଲା ଉଚ୍ଚାର ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ ।