ପାଦ ଦରଜ ହେଉଥିଲେ ଆଦୌ କରନ୍ତୁ ନାହିଁ ଅଣଦେଖା, ଆଗକୁ ହୋଇପାରେ ଏହି ଗମ୍ଭୀର ସମସ୍ୟା

ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଶାରୀରିକ ଯନ୍ତ୍ରଣା ବହୁତ ବଡ଼ ଚିନ୍ତାର କାରଣ ହୋଇଥାଏ। ବୟସ ବଢିବା ସଙ୍ଗେ ସଙ୍ଗେ ଆମର ଶରୀର ଅନେକ କ୍ଷେତ୍ରରେ ଦୁର୍ବଳ ହୋଇଥାଏ। ଯେପରି ଆଖିକୁ ଭଲ ଦେଖା ନଯିବା, କାନ କୁ ଭଲ ଶୁଣା ନଯିବା, ଆଣ୍ଠୁ ଅଣ୍ଟା ବିନ୍ଧା ଯନ୍ତ୍ରଣା ହେବା ଇତ୍ୟାଦି। ଆଜି ଆମେ ଆପଣଙ୍କୁ ପାଦ ଦରଜ ଏବଂ ଯନ୍ତ୍ରଣା ର କାରଣ ଏବଂ ନିବାରଣ ବିଷୟରେ ଏହି ଆର୍ଟିକିଲ ରେ ଡାକ୍ତର ଙ୍କର ବିବରଣୀ ପ୍ରଦାନ କରିବୁ

👉 ବୟସ ଅଧିକ ହେବା ଦ୍ୱାରା ସାଧାରଣତଃ ଦେହର ଅନେକ ଭାଗରେ ଯନ୍ତ୍ରଣା ଦେଖାଯାଏ।ସାଧାରଣତଃ ବୟସ୍କ ଲୋକଙ୍କ ପାଦରେ ଦରଜ କିମ୍ବା ଅଳ୍ପ ଜ୍ୱଳନ ଅନୂଭୁତ ହୋଇଥାଏ । ବେଳେ ବେଳେ ଏହି ସମସ୍ୟା କମ୍‌ ବୟସ୍କ ଲୋକଙ୍କ ଠାରେ ମଧ୍ୟ ଦେଖାଯାଇଥାଏ । ଏହାକୁ ଆମେ ଅତି ହାଲ୍‌କା ଭାବେ ନେଇଥାଉ । ଭାବିନେଇଥାଉ ଯେ ବୋଧହୁଏ କାମ ପ୍ରେସର ଯୋଗୁ ଏପରି ହୋଇଛି । କେହି କେହି ଏହାକୁ ହାଡ଼ ସମସ୍ୟା ଭାବି ବିନା ଡାକ୍ତର ପରାମର୍ଶରେ କ୍ୟାଲ୍‌ସିୟମ ବଟିକା ନେଇଯାଇଥାନ୍ତି ।

👉 ବାସ୍ତବରେ ପାଦରେ କମ୍ପନ କିମ୍ବା ଦରଜ ଓ ଜ୍ୱଳନ ଏକ ‘ନ୍ୟୁରୋଲୋଜିକାଲ’ ରୋଗର ଲକ୍ଷଣ । ଯେତେବେଳେ ଶରୀରରେ ଆଇରନ୍‌ ଓ ଭିଟାମିନ୍‌ ବି-୧୨ ର ଅଭାବ ହୋଇଥାଏ ସେତେବେଳେ ଏହି ଅସୁବିଧା ଦେଖାଯାଇଥାଏ । ବିଶେଷକରି ୪୦ ବର୍ଷ ବୟସ ପରେ ଏହି ଲକ୍ଷଣ ଦେଖାଦେଇଥାଏ । ବାସ୍ତବରେ ପାଦର ମାଂସପେଶୀ ଓ ଜଏଣ୍ଟ ର କାର୍ଯ୍ୟ କରିବା ପାଇଁ ବ୍ରେନ୍‌ରୁ ତରଙ୍ଗ ମିଳିଥାଏ । ହେଲେ ବସିବା କିମ୍ବା ଶୋଇବା ବେଳେ ଏହି ତରଙ୍ଗରେ ବାଧା ସୃଷ୍ଟି ହୋଇଥାଏ । ଯାହାଫଳରେ ପାଦରେ କମ୍ପନ ହୋଇଥାଏ । ବ୍ରେନ୍‌ରୁ ଆସୁଥିବା ତରଙ୍ଗକୁ କଣ୍ଟ୍ରୋଲ କରିଥାଏ ‘ଡୋପାମାଇନ୍‌ ହରମୋନ୍‌’ । ଏହାର ଅଭାବରୁ ତରଙ୍ଗର ପ୍ରଭାବ ଲଗାତାର ହୋଇଥାଏ ।

👉 ଭୋଜନରେ ସବୁଜ ପତ୍ରର ପନି ପରିବା, ଅଣ୍ଡା, ଚିକେନ୍‌ ଓ ମିଲ୍କ ପ୍ରଡକ୍ଟସକୁ ସାମିଲ କରନ୍ତୁ । ମଦ ଓ ସିଗାରେଟ୍‌ ଠାରୁ ଦୂରରେ ରୁହନ୍ତୁ ଏହା ଡୋପାମାଇନ୍‌ ହରମୋନ୍‌କୁ କମ୍‌ କରିଥାଏ । ଯାହା ପାଦରେ ଏପରି ସମସ୍ୟା ସୃଷ୍ଟି କରିଥାଏ । ପାଦର ଦରଜ ପାଇଁ ତେଲ୍‌ ମାଲିସ୍‌ ବହୁତ ଫଳପ୍ରଦ ହୋଇଥାଏ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ । ଡୋପାମାଇନ୍‌ ହରମୋନ୍‌ ବଢ଼ାଉଥିବା ମେଡିସିନ୍‌ ନିୟମିତ ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

Spread the love