ଜଟିଳ ପାଦ ଏବଂ ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ

ଭୁବନେଶ୍ୱର, ୧୩/୩: ୱାନ୍ ଷ୍ଟପ୍‌, ମଲ୍ଟି ସୁପର ସ୍ପେଶିଆଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ରେ ବିଭିନ୍ନ ରୋଗୀଙ୍କର ଦୀର୍ଘଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର ଯନ୍ତ୍ରଣା, ମଧୁମେହ ଜନିତ ପାଦ ଏବଂଜଟିଳ ପାଦ ଏବଂ ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ନିମେନ୍ତ ଏକ ଡାଏଗ୍ନୋଷ୍ଟିକ୍ ଟୁଲ୍ ଉପଲବ୍ଧ ହେଉଛି । ବାରୋପେଡୋମେଟ୍ରିକ୍ ପ୍ଲାଟଫର୍ମ ନାମକ ଏହି ଯନ୍ତ୍ରରେ କ୍ୟାମେରା ସଂଯୋଗ ଥିବାବେଳେ ଏହା ପାଦ ଉପରେ ପଡ଼ୁଥିବା ଚାପ, ଷ୍ଟାବିଲୋମେଟ୍ରିକ୍‌, ଭିଡିଓଗ୍ରାଫିକ୍ ଏବଂ ବାୟୋମେକାନିକ୍ ପ୍ରକ୍ରିୟାରେ ଚାଲିବା ଭଙ୍ଗୀ ଓ ଶରୀରର ବିଭିନ୍ନ ଅଙ୍ଗର ଆପେକ୍ଷିକ ସ୍ଥିତିର ବିଶ୍ଳେଷଣ କରିଥାଏ । ପୂର୍ବ ଭାରତରେ ପ୍ରଥମଥର ପାଇଁ ଏହି ଡାଏଗ୍ନୋଷ୍ଟିକ୍ ଟୁଲ୍‌ଟି ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ଥାପନ କରାଯାଇଛି। ଏହା ପ୍ରେସର ଅଲ୍‌ସର୍‌, ଆବ୍‌ନର୍ମାଲ୍ ବଡି ପୋଶ୍ଚର, କେତେକ ଗେଟ ଡେଭିଏସନ୍‌, ଲୋୟର୍ ଲିମ୍ବ ଲେନ୍‌ଥ ଡିସ୍କ୍ରିପାନ୍ସିସ୍‌, ସ୍ପାଇନାଲ୍ ଆଣ୍ଡ ନି ଆବନର୍ମାଲିଟି ଏବଂ ଶିଶୁମାନଙ୍କ କ୍ଷେତ୍ରରେ କେତେକ ଆଙ୍ଗୁଲାର୍ ଡିଫରମିଟିସ୍‌କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ।

Spread the love