୪ ବେଆଇନ ବାଲି ବୋଝେଇ ହାଇୱା ଜବତ

ବେଆଇନ ବାଲି ଚୋରାଚାଲାଣ କରୁଥିବା ୪ ହାଇଓ୍ଵାକୁ ପୋଲିସ ଜବତ କରିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର  ଏଚ ପି ପେଟ୍ରୋଲ ପମ୍ପ ନିକଟରୁ ରବିବାର  ତୁରୁମୁଙ୍ଗା ପୋଲିସ ୪ ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛି।

ପୋଲିସ  ଓଡ଼ି ୦୯ଜେ୯୦୯୫, ଓଡ଼ି୦୯ଜେ୩୮ ୯୦, ଓଡ଼ି ୧୯ ଏ୮୬୪୬ ଓ ଓ ଆର ୦୯ କେ ୧୬୮୫ନମ୍ବରବିଶିଷ୍ଟ  ୪ ହାଇୱା  ଜବତ କରିଛି। ଏହି ସବୁ ବେଆଇନ ବାଲି ବୋଝେଇ ହାଇଓ୍ଵା କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ତୁରୁମୁଙ୍ଗାରେ ପୋଲିସ  ତୁରୁମୁଙ୍ଗା ଏଚ ପି ପେଟ୍ରୋଲ ପମ୍ପ ନିକଟରେ ଧରିଥିଲା। ବିନା ଟିପିରେ ଗାଡି ଗୁଡିକ ଚୋରାରେ ବାଲି ପରିବହନ କରୁଥିବା ବେଳେ ଧରା ପଡିଛନ୍ତି।

Spread the love