ଭାଇବୋହୂଙ୍କୁ ହାଣିଦେଲା ଦେଢଶୁର

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତର ଘୋଡାବେଡା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହୁଲ ଫୁଲ ସଂଗ୍ରହକୁ ନେଇ ଭାଇବୋହୂ ଓ ଦେଢଶୁରଙ୍କ ମଧ୍ୟରେ ବିବାଦରୁ ଦେଢଶୁର ନିଜ ବିଧବା ଭାଇବୋହୂଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିବା ଜଣାପଡିଛି । ଗୁରୁତର ହେଲେ ଅବଳା ନାଏକ ।

ସୂଚନାଯୋଗ୍ୟ ଯେ, ସବୁଦିନ ପରି ଅବଳା ମହୁଲ ଫୁଲ ସଂଗ୍ରହ ପାଇଁ ଘରପାଖ ମହୁଲ ଗଛକୁ ଯାଇଥିଲେ । ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଦେଢଶୁର ରବି ନାଏକ ସେଠାରେ ପହଞ୍ଚିଥିଲେ । ଆଗରୁ ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ସେଥିପାଇଁ ଅବଳା ନାଏକଙ୍କୁ ଗଛରୁ ମହୁଲ ଫୁଲ ନନେବା ପାଇଁ ତାଗିଦ କରିଥିଲେ । ତେବେ ଅବଳା କହିଥିଲେ ଏ ଗଛରେ ମୋ ସ୍ବାମୀଙ୍କର ମଧ୍ୟ ଭାଗ ଅଛି ତେଣୁ ମୁଁ ମହୁଲ ଫୁଲ ନେବି । ଏତିକିରେ ରବି ନାଏକ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ଅବଳାଙ୍କ ମୁଣ୍ଡରେ ଚୋଟ ପକାଇ ଥିଲେ । ଚିତ୍କାର ଶୁଣି ପଡିଶା ଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

Spread the love