ଶ୍ରୀମନ୍ଦିରକୁ ୩୧ କେଜି ରୂପା ଦାନ କଲେ ଦାତା

ପୁରୀ, ୨୨/୩: ରବିବାର ଜଣେ ଦାତା ଶ୍ରୀମନ୍ଦିରକୁ ୩୧ କେଜି ରୂପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମହାଲକ୍ଷ୍ଣୀ ମନ୍ଦିର ଏବଂ ମା ବିମଳାଙ୍କ ମନ୍ଦିର ପ୍ରଭା ନିର୍ମାଣ ପାଇଁ ଏହି ରୂପା ଦାମ କରିଛନ୍ତି। ଏହି ଦାନ ସମୟରେ ଶ୍ରୀମନ୍ଦିର ପ୍ରସାସନର ଅନ୍ୟ ଅଧିକାରୀଙ୍କ ସହ ସେବାୟତ ଅନନ୍ତ ତିଆଡି ଏବଂ ଜଗନ୍ନାଥ କର ଉପସ୍ଥିତ ଥିଲେ।

Spread the love