ଆଲର୍ଜିଠୁ ନେଇ କିଡ୍‌ନୀ ଷ୍ଟୋନ୍‌, ଅଧିକ ଟମାଟର ଖାଇବାର ଏ ହେଉଛି ୮ଟି ପରିଣାମ

ଆବଶ୍ୟକତାଠାରୁ ଅଧିକ କିଛି ବି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏବଂ ଏହା ଟମାଟର ଉପରେ ବି ଲାଗୁ ରହିଛି। ତରକାରୀ ଟମାଟର ଖାଇବାରେ ଅନେକ ଫାଇଦା ମିଳିଥାଏ। କିନ୍ତୁ ଯେତେବେଳେ ଏହାର ମାତ୍ରା ଅଧିକ ହୋଇଯାଏ, ତ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହାର କ୍ଷତି ବିଷୟରେ।
ପେଟ ଖରାପ ହେବା: ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଟମାଟର ସେବନ କରୁଛନ୍ତି, ତା’ହେଲେ ପାଚନ ତନ୍ତ୍ରରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଯେଉଁ ଲୋକଙ୍କୁ ଇରିଟେବଲ ବଏଲ୍‌ ସିଣ୍ଡ୍ରୋମ୍‌ ସମସ୍ୟା ରହିଛି, ସେମାନେ ଅଧିକ ମାତ୍ରାରେ ଟମାଟର ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟ ଫୁଲିବାର ସମସ୍ୟା ଦେଖାଦେଇପାରେ। ଏପରିକି, ଡାଇରିଆ ବି ହୋଇପାରେ।
ଏସିଡ୍‌ ରିଫ୍ଲକ୍ସ: ଟମାଟରରେ ବହୁତ ଅଧିକ ଏସିଡ୍‌ ରହିଥାଏ। ଯଦି ଆପଣଙ୍କୁ ଏସିଡ୍‌ ରିଫ୍ଲକ୍ସ କିମ୍ବା ଛାତି ଜ୍ୱଳନର ସମସ୍ୟା ରହିଛି, ତା’ହେଲେ ବିଲ୍‌କୁଲ କମ୍‌ ମାତ୍ରାରେ ଟମାଟର ସେବନ କରନ୍ତୁ। କାରଣ, ଟମାଟର ଆପଣଙ୍କ ପେଟରେ ଆହୁରି ଅଧିକ ଏସିଡ୍‌ ସୃଷ୍ଟି କରିପାରେ।
କିଡ୍‌ନୀ ଷ୍ଟୋନ୍‌: ଏଥିରେ ଭରପୂର ମାତ୍ରାରେ ପୋଟାସିୟମ୍‌ ରହିଥାଏ। ଯେଉଁ ଲୋକଙ୍କୁ କିଡ୍‌ନୀ ସମସ୍ୟା ଅଛି, ସେମାନଙ୍କୁ ପୋଟାସିୟମ୍‌ କମ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ଏଥିସହ ଟମାଟରରେ ଆକ୍ସଲେଟ୍‌ ବି ରହିଛି, ଯାହାକି କିଡ୍‌ନୀ ଷ୍ଟୋନ୍‌ କରାଇବାର କାମ କରିଥାଏ।
ବ୍ଲଡ୍‌ ପ୍ରେସର: କଞ୍ଚା ଟମାଟରରେ ସୋଡିୟମ୍‌ ବହୁତ କମ୍‌ ରହିଥାଏ। କିନ୍ତୁ ଯଦି ଆପଣ ଡବାବନ୍ଦ ଟମାଟର କିମ୍ବା ଟମାଟୋ ସୁପ୍‌ ବ୍ୟବହାର କରୁଛନ୍ତି, ତା’ହେଲେ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଏଥିରେ ଅଧିକ ମାତ୍ରାରେ ସୋଡିୟମ୍‌ ବ୍ୟବହାର କରାଯାଇଥାଏ, ଯାହାକି ହାଇ ବ୍ଲଡ୍‌ ପ୍ରେସରର କାମ କରିଥାଏ।
ଏଲର୍ଜି ସମସ୍ୟା: ଯେଉଁ ଲୋକଙ୍କୁ ହିଷ୍ଟାମିନ କମ୍ପାଉଣ୍ଡରୁ ଆଲର୍ଜି ରହିଛି, ସେମାନଙ୍କୁ ଟମାଟରର ଆଲର୍ଜି ରିଆକ୍ସନ ହୋଇପାରେ। ଏହି କାରଣରୁ ଏକ୍‌ଜିମା, କୁଣ୍ଡାଇ ହେବା, ଲାଲ୍‌ ପଡ଼ିଯିବା, ଗଳା ପଡ଼ିଯିବା ଏବଂ ମୁହଁ ଫୁଲିଯିବା ଭଳି ସମସ୍ୟା ଦେଖାଦେଇପାରେ। ଏହାଛଡ଼ା ଯେଉଁ ଲୋକଙ୍କୁ ଟମାଟରରୁ ଆଲର୍ଜି ହୋଇଥାଏ, ସେମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ।
କେବଳ ଏତିକି ନୁହେଁ, ଆବଶ୍ୟକତାଠୁ ଅଧିକ ମାତ୍ରାରେ ଟମାଟର ସେବନ କଲେ ମାଂସପେଶୀରେ ଯନ୍ତ୍ରଣା, ମାଇଗ୍ରେନ୍‌ ଯନ୍ତ୍ରଣା, ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ।

Spread the love