ଅଗ୍ନିକାଣ୍ଡରେ ଜଳିଗଲା ୫ ଗୁହାଳ ଓ ୨ ବଖରା

ସୂଚନା ପାଇଁ ପରର୍ଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି। ଗାଁର ରମେଶ ସାହୁଙ୍କ ୨ ବଖରା ଘର ଜଳି ଯାଇଥିବା ‌ବେଳେ ରଘୁନାଥ ବିଶ୍ବାଳଙ୍କର ଗୋରୁ ମରିଯାଇଛି। ସେହିପରି ନରହରି ରାଉତ ଓ ମେଘନା ସାହୁଙ୍କର ଗୁହାଳରେ ନିଆଁ ଲାଗିଛି। ତେବେ ନିଆଁ କେଉଁ କାରଣରୁ ଲାଗିଥିଲା ତାହା ଜଣାପଡ଼ି ନାହିଁ।

Spread the love