ଜୁନ୍‌ ଯାଏଁ ଲାଗି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ

ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି।

ଗ୍ରୀଷ୍ମ ଋତୁ ପାଇଁ ଆଇ.ଏମ.ଡି ଜାରି କରିଥିବା ଆଲର୍ଟ ଅନୁସାରେ, ଏହି ୩ ରାଜ୍ୟରେ ସାଧାରଣ ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ। ଏହି ୩ ରାଜ୍ୟ ସହିତ ଉତ୍ତର, ଉତ୍ତର ପଶ୍ଚିମ ସହିତ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଯେତେବେଳେ କି ଦକ୍ଷିଣ ଅନ୍ତରୀପ ଅଞ୍ଚଳ, ଜାମ୍ମୁ ଓ କାଶ୍ମୀର, ଲଦାଖ, ପଶ୍ଚିମବଙ୍ଗ ଓ ଆସାମରେ ଉଚ୍ଚତମ ତାପମାତ୍ରା ସାଧାରଣରୁ କମ ଅନୁଭୂତ ହେବ।

ଏଥିସହିତ ସାମୁଦ୍ରିକ ଉପରି ଭାଗର ତାପମାତ୍ରା ସାଧାରଣରୁ କମ ରହୁଥିବାରୁ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଲା ନିନା ସୃଷ୍ଟି ହୋଇପାରେ। ଯାହାର ପ୍ରଭାବ ଭାରତରେ ଗ୍ରୀଷ୍ମ ପ୍ରଭାହ ଉପରେ ଅନୁଭୂତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଗ୍ରୀଷ୍ମ ଏବଂ ଶୀତ ଦିନ ପାଇଁ ତ୍ରୈମାସିକ ଆଲର୍ଟ ଜାରି କରିଥାଏ। ପୂର୍ବରୁ ମାର୍ଚ୍ଚ ରୁ ମେ ମାସ ପାଇଁ ଆଇ.ଏମ.ଡି ଆଲର୍ଟ ଜାରି କରିଥିବା ବେଳେ , ଏଥର ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଆଲର୍ଟ ଜାରି କରିଛି।

Spread the love