ପିପିଲି ଉପନିର୍ବାଚନରେ ହିଂସା ଆଶଙ୍କା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର, ୩/୦୪: ପିପିଲି ଜନମତ ବିଜେପି ଆଡକୁ ଢଳିବା ଦେଖି ହିଂସାପରାୟଣ ହୋଇଛି ବିଜେଡି । ଗତକାଲି ପିପିଲି ବ୍ଲକ ସହଜପୁର ପଂଚାୟତ ରାୟଗୁରପୁର ଗାଁରେ ବିଜେପିର ପ୍ରଚାର ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ  ବିଜେଡି ବିଭିନ୍ନ ସ୍ଥାନରେ ବୁଥ ରିଙ୍ଗିଗ, ବୁଥ କ୍ୟାପଚରିଙ୍ଗ ଏବଂ ବୁଥରେ ହିଂସା କରିବାର ରାସ୍ତା ଆପଣାଇଥିଲା। ପିପିଲି ନିର୍ବାଚନ ବେଳେ ବିଜେଡିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ସୂଚନା ପାଇଲା ପରେ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା
ଫ୍ଲାଇଙ୍ଗ ସ୍କ୍ୱାଡ୍‌ର ଏକ ଟିମ୍ ସେଠାକୁ ଯାଇ ଚଢାଉ କରିବା ସମୟରେ ଖୋଦ୍ ପ୍ରଦୀପ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ପୁଣିଥରେ ନିର୍ବାଚନ ଜିତିବା ପାଇଁ ବିଜେଡି ପିପିଲି ଓ ଡେଲାଙ୍ଗ ବ୍ଲକରେ ପୂର୍ବଭଳି ରିଗିଂ ଏବଂ କ୍ୟାପଚରିଂ କରିବାର ସମ୍ଭାବନା ରହିଛି । ଚଳିତ ଉପନର୍ବାଚନରେ ମଧ୍ୟ ଶାସକ ବିଜେଡି ଦ୍ୱାରା ବୁଥ ରିଗିଂ ଓ କ୍ୟାପଚରିଂର ଆଶଙ୍କା କରି ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥର ତାଲିକା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛି ।

ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ବ୍ଲକର ବୁଥ ନଂ ୦୧, ୦୨, ୧୧, ୧୪, ୦୭, ୦୮, ୧୫, ୧୬,୧୭, ୧୮, ୨୦, ୨୧, ୨୨, ୨୩, ୨୪, ୧୨୦, ୧୨୧, ୩୦, ୩୩, ୩୪, ୩୫, ୩୬, ୩୮, ୩୯, ୪୦, ୪୧, ୪୨, ୪୩, ୪୪, ୪୮, ୪୯, ୫୧, ୫୩, ୫୪, ୫୭, ୫୮, ୫୯, ୬୦, ୧୧୩, ୧୧୪, ୧୧୫, ୧୧୬, ୧୧୭, ୧୨୨, ୧୨୪, ୧୨୫, ୯୨, ୯୪, ୯୬, ୬୬, ୭୧, ୭୨, ୭୩, ୭୫, ୭୪, ୭୬,
୭୭, ୭୮, ୭୯, ୮୯, ୯୫, ୧୦୧, ୧୧୦ କୁ ସମ୍ବେଦନଶୀଳ ଏବଂ ବୁଥ ନଂ ୦୯, ୧୦, ୧୨, ୦୩, ୦୪, ୦୫, ୦୬, ୨୫, ୧୯, ୪୬, ୫୫, ୧୧୯, ୨୬, ୨୭, ୨୮, ୨୯, ୩୧, ୩୨, ୩୭, ୪୫, ୫୦, ୧୨୩, ୬୨, ୬୪ ୬୩, ୬୯, ୭୦, ୮୦, ୮୧, ୮୬, ୧୦୮, ୧୦୯, ୮୨, ୮୩, ୮୪, ୮୫, ୮୭, ୮୮ କୁ ଅତିସମ୍ବେଦନଶୀଳ ବୁଥ ଭାବେ ଘୋଷଣା କରାଯାଉ । ସେହିପରି ପିପିଲି ବ୍ଲକର ବୁଥ ନଂ ୧୦୬, ୧୫୬, ୧୫୭, ୧୫୮, ୧୫୯, ୧୬୦, ୧୬୨, ୧୬୧, ୧୬୩, ୧୬୪, ୧୬୬, ୧୬୭, ୧୭୫, ୧୭୯, ୧୮୨, ୧୮୩,
୧୮୪, ୨୦୧, ୨୦୪, ୨୦୫, ୨୦୬, ୨୦୭, ୨୦୮, ୨୧୦, ୨୧୧, ୨୧୨, ୨୧୩, ୨୧୪, ୨୧୫, ୨୧୬, ୨୨୩, ୨୨୫, ୨୨୬, ୨୨୭, ୨୩୦, ୨୩୧, ୨୩୨, ୨୩୩, ୨୩୬, ୨୩୭, ୨୩୮, ୨୩୯, ୨୪୦, ୨୬୪, ୨୬୫, ୨୬୭, ୨୫୩, ୨୫୪, ୨୫୫, ୨୫୬, ୨୫୭, ୨୪୯, ୨୫୦, ୨୫୧, ୨୬୯, ୨୭୦, ୨୭୧, ୨୭୨, ୨୬୨, ୨୫୮, ୨୫୯, ୨୬୦, ୨୬୧, କୁ ସମ୍ବେଦନଶୀଳ ଏବଂ ବୁଥ ନଂ୧୦୨,୧୦୫, ୧୦୭, ୧୦୪, ୨୨୮, ୧୦୩, ୨୪୨, ୨୪୩, ୨୪୪, ୨୪୭, ୨୪୮, ୧୨୬, ୧୨୭, ୧୨୮, ୧୨୯, ୧୩୦, ୧୩୧, ୨୧୯, ୨୨୦, ୨୨୧, ୨୨୨, ୧୩୨, ୧୩୩, ୧୩୮, ୧୩୪, ୧୩୫, ୧୩୬, ୧୩୭,୧୪୭, ୧୩୯, ୧୪୦,୧୪୧, ୧୪୨, ୧୪୩, ୧୪୪, ୧୪୫, ୧୪୬, ୧୪୯, ୧୫୦, ୧୫୧, ୧୪୮, ୧୭୦,୧୭୭, ୧୭୮, ୨୭୩, ୧୫୨, ୧୫୩,୧୫୪, ୧୫୫, ୧୭୨, ୧୭୩, ୧୬୯, ୧୭୧, ୧୭୪, ୧୮୦, ୧୮୧, ୧୮୫, ୧୮୬, ୧୮୭, ୧୮୮, ୧୮୯, ୧୯୦, ୧୯୧, ୧୯୨, ୧୯୩, ୧୯୪, ୧୯୫, ୧୯୬, ୧୯୭, ୧୯୮, ୨୦୨, ୨୦୩, ୨୬୩, ୨୪୫, ୨୪୬ କୁ ଅତିସମ୍ବେଦନଶୀଳ ବୁଥ ଭାବେ
ଘୋଷଣା କରାଯାଉ । ସର୍ବମୋଟ ୧୨୬ଟି ସମ୍ବେଦନଶୀଳ ଓ ୧୧୩ଟି ଅତିସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ସୁରକ୍ଷାବଳକୁ ମୁତୟନ କରାଯିବା ସହ ସିସିଟିଭି କ୍ୟାମେରା ଲଗାଇ ତାହାର ଭିଡିଓଗ୍ରାଫି କରାଯାଉ ବୋଲି ବିଜେପି ଦାବି କରିଛି। ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love