କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ, ସ୍ଥଗିତ ହେବ ପିପିଲି ଉପ ନିର୍ବାଚନ !

ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପ ନିର୍ବାଚନ ପାଇଁ ମତଦାନ। ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ । କରୋନାରେ ତାଙ୍କ ଦେହାନ୍ତ ଘଟିଥିବା କୁହାଯାଉଛି। ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହୋଇଥିଲେ।  ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ଅଜିତ୍‌ଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ଶକ୍ତ ଝଟକା ଲାଗିଛି। ଏହି ପରିପ୍ରେକ୍ଷୀରେ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା।

କଂଗ୍ରେସ ହାଇକମାଣ୍ଡ ପିପିଲି ଉପ ନିର୍ବାଚନରେ ଅଜିତ୍ ମଙ୍ଗରାଜଙ୍କ ଉପରେ ପୁଣି ଥରେ ଭରସା ପ୍ରକଟ୍ କରିଥିଲେ। ଅନ୍ୟପଟେ ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହରାଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ତିନି ଦଳ ପକ୍ଷରୁ ଜୋରଦାର ପ୍ରଚାର ଅଭିଯାନ ଚାଲିଥିଲା।

ଅଜିତ୍ ମଙ୍ଗରାଜ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ପ୍ରାର୍ଥୀ ଥିଲେ।  ହେଲେ ସେ ଅମାନତ ଭାବେ ପରାଜିତ ହୋଇଥିଲେ। ତାଙ୍କୁ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍ ମିଳିଥିଲା। ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୨,୭୩୧ ଖଣ୍ଡ ଭୋଟ୍ ମିଳିଥିଲା।

Spread the love