ବିୟର୍ ପିଅନ୍ତୁ ପତଳା ହୁଅନ୍ତୁ! ଜାଣନ୍ତୁ କେମିତି କମିବ ଓଜନ
ନୂଆଦିଲ୍ଲୀ: ଓଜନ କମାଇବା ପାଇଁ ଲୋକମାନେ କଠିନ ବ୍ୟାୟାମ କରନ୍ତି କିନ୍ତୁ ଯେତେବେଳେ ସେମାନେ ଆବଶ୍ୟକୀୟ ଫଳାଫଳ ନ ପାଆନ୍ତି, ସେତେବେଳେ ଅଜବ ଡାଏଟ୍ ଏବଂ ବିଭିନ୍ନ ଟେକନିକର ସାହାରା ନେଇ ଓଜନ କମାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ, ଆପଣ କେବେ ବିୟର ପିଇ ଓଜନ କମାଇବାକୁ ଚିନ୍ତା କରିଛନ୍ତି କି? ନିକଟରେ ଜଣେ ବ୍ୟକ୍ତି ଦାବି କରିଛନ୍ତି, ସେ ବିୟର ପିଇ ୧୮ କିଲୋଗ୍ରାମ ଓଜନ କମାଇଛନ୍ତି ।ଆମେରିକାର ସିନ୍ସିନାଟି ସହରର ବାସିନ୍ଦା ଡେଲ୍ ହଲ୍ କହିଛନ୍ତି, ସେ ଓଜନ କମାଇବା ପାଇଁ କେବଳ ଲିକ୍ୱିଡ୍ ଡାଏଟ୍ ଗ୍ରହଣ କରିଥିଲେ, ଯେଉଁଥିରେ ଚା, କଫି, ପାଣି ଏବଂ ବିୟର ଅନ୍ତର୍ଭୁକ୍ତ ଥିଲା । କିନ୍ତୁ ଏହି ସମୟ ମଧ୍ୟରେ ସେ କିଛି ଖାଇ ନଥିଲେ ଏବଂ ଜଙ୍କ ଫୁଡରୁ ମଧ୍ୟ ଦୂରେଇ ରହିଥିଲେ । ତେବେ ଏହି ସମୟରେ ଡାକ୍ତରମାନେ ତାଙ୍କୁ ନିରନ୍ତର ନଜର ରଖିଥିଲେ । ତାଙ୍କର ୪୬ ଦିନରେ, ୧୮ କିଲୋଗ୍ରାମ ଓଜନ କମି ଯାଇଥିଲେ ।
ବାସ୍ତବରେ, ଡେଲ ନିଜେ ଏକ ବିୟର କମ୍ପାନୀ “୧୬ ଲଟ୍ ବ୍ରୁଇଂ କମ୍ପାନୀ” ରେ କାମ କରନ୍ତି । ସେ କହିଛନ୍ତି ଅଧିକ ‘କ୍ରାଫ୍ଟ ବିୟର’ ପିଉଥିଲେ । ସେ ଦିନର ସବୁଠାରୁ ଜରୁରୀ ମିଲ୍ ବ୍ରେକଫାଷ୍ଟ ମଧ୍ୟ କରୁଥିଲେ । ଦିନ ୨ ଟା ସମୟରେ ବିୟର ପିଉଥିଲେ ।
ଏହାପୂର୍ବରୁ, ସେ ଓଜନ କମାଇବା ପାଇଁ ଇଣ୍ଟରମିଟେଣ୍ଟ୍ ଫାଷ୍ଟିଙ୍ଗ୍ ବ୍ୟବହାର କରିଥିଲେ କିନ୍ତୁ ଏଥିରେ କୌ ଣସି ପରିବର୍ତ୍ତନ ହୋଇନଥିଲା । ତାଙ୍କୁ ଯେତେବେଳେ ଭୋକ ଲାଗୁଥିଲା ଖାଇବା ପରିବର୍ତ୍ତେ ସେ ବିୟର ପିଉଥିଲେ । ବେଳେବେଳେ କେବଳ ସବୁଜ ପନିପରିବା କିମ୍ବା କିଛି ହାଲୁକା ଖାଦ୍ୟ ଖାଇଥା’ନ୍ତି ।ବିୟର ପିଇ ଡେଲ ହୁଏତ ଓଜନ କମ୍ କରିଛନ୍ତି, କିନ୍ତୁ ଏହା କୌଣସି ପ୍ରକାରେ ସୁସ୍ଥ ନୁହେଁ । ଓଜନ କମାଇବା ଏକ ଲମ୍ବା ପ୍ରକ୍ରିୟା, ଯାହାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯିବା ଉଚିତ ।