ଆଜି ରାଜ୍ୟରୁ ୨୧୬୫ ଜଣ ଆକ୍ରାନ୍ତ ସୁସ୍ଥ, ହେଲେ ସ୍ଥିତି ସଙ୍ଗିନ୍‌

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଆରୋଗ୍ୟଙ୍କ ସଖ୍ୟା ଧିରେ ଧିରେ ବଢ଼ୁଛି । ଗୁରୁବାର ୨୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ନୂଆପଡ଼ାରୁ ସର୍ବାଧିକ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ର ୨୪୧, ଖୋର୍ଦ୍ଧାର ୧୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।ଏହା ବ୍ୟତୀତ ସମ୍ବଲପୁର ୧୧୪,  କେନ୍ଦୁଝର ୯୮, ନବରଙ୍ଗପୁର ୯୬, ବଲାଙ୍ଗିର ୯୦, ବରଗଡ଼ ୭୯, ବାଲେଶ୍ବର ୭୮, ଝରସୁଗୁଡ଼ା ୭୦, ପୁରୀ ୭୦, କଳାହାଣ୍ଡି ୬୫, ମୟୁରଭଞ୍ଜ ୬୦, କଟକ ୫୯, ଦେଓଗଡ଼ ୫୧, ଯାଜପୁର ୫୦, ଗଞ୍ଜାମ ୪୯, ଅନୁଗୁଳୁ ୪୮, ଭଦ୍ରକ ୩୦, ଗଜପତି ୨୮, ରାୟଗଡ଼ା ୨୪, ଜଗତ୍‌ସିଂହପୁର ୨୧, ସୋନ୍‌ପୁରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love