ମାଟ୍ରିକ୍ ବାତିଲ ପରେ ଯୁକ୍ତ ୨ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ : ଗଣଶିକ୍ଷା ମନ୍ତ୍ରୀ କହିଲେ କରୋନା ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ପରେ ଯୁକ୍ତ ୨ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି । ଏହି ସମୟରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ବିଭାଗ ତତ୍ପର ରହିଛି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ । ଜୁନ୍ ୧ ବେଳକୁ କୋଭିଡ୍ ବାତାବରଣ ଦେଖି ନିଷ୍ପତ୍ତି ନିଆଯିବ । ସେ ଆହୁରି କହିଛନ୍ତି ଯେ, ଯୁକ୍ତ ଦୁଇ ଛାତ୍ରଛାତ୍ରୀ  ନିୟମିତ ପାଠ ପଢିବା ଦରକାର । ତାଙ୍କ ପାଠ ତାଙ୍କ ପାଖରେ ରହିବ । ମାଟ୍ରିକ୍ ପରୀକ୍ଷା ବନ୍ଦ ହେବା ନେଇ ପିଲାଙ୍କ ଇଚ୍ଛା ନଥିଲା । ମାଟ୍ରିକ ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କୋଭିଡ୍ ଅବସ୍ଥା ପାଇଁ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହେଲୁ ବୋଲି ଗଣଶିକ୍ଷା ମନ୍ତ୍ରୀ  କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିବିଏସଇ ମାଟ୍ରିକ୍ ପରୀକ୍ଷା ବାତିଲ କରିବା ପରେ ଗତ ବୁଧବାର ଭୁବନେଶ୍ବର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ।  ସଂକ୍ରମଣ ବଢୁଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରମାନେ ଦାବି କରିଥିଲେ।  ଏହାପରେ ମାଟ୍ରିକ୍ ଏବଂ ମଦ୍ରସା ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ ସରାକର ।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।  କୋଭିଡ୍ ମହାମାରୀ ଅତ୍ୟଧିକ ସଂକ୍ରମଣ ବୃଦ୍ଧି ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ ।

Spread the love