ଥାନା ଆସନ୍ତୁନି, ଟେଲିଫୋନ୍‌ରେ ଅଭିଯୋଗ ଜଣାନ୍ତୁ: ଡିଜିପି

ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଥାନାକୁ ଆସନ୍ତୁନାହିଁ। କୌଣସି ଆପତ୍ତି ଥିଲେ ଟେଲିଫୋନ ରେ ଥାନା କିମ୍ବା ଏସ୍‌ପି ଅଫିସକୁ ଜଣାନ୍ତୁ। ଟେଲିଫୋନ କଲେ ପୁଲିସ ଆପଣଙ୍କ ସମସ୍ୟା ସମାଧାନ କରିବ। ଆଜି ଏପରି ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ଅଭୟ।

ସେ କହିଛନ୍ତି-“ଓଡ଼ିଶାର ଲୋକମାନେ କରୋନା କଟକଣାକୁ ମାନୁଛନ୍ତି। ମାତ୍ର ଅଳ୍ପ କିଛି ଲୋକ ଅଛନ୍ତି, ଯେଉଁମାନେ କଟକଣା ମାନୁନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପ୍ରିଲ ୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୫ କୋଟି ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନକାରୀଙ୍କଠାରୁ ୬ କୋଟି ୩୪ ଲକ୍ଷ ଟଙ୍କା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୮ କୋଟି ୨୯ ଲକ୍ଷ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ଆଜି ପର୍ଯ୍ୟନ୍ତ ୫୫୩ ଜଣଙ୍କୁ ଗିରଫ କରାଯାଇଛି। ୨୧୪୦୬ଟି ଗାଡ଼ି ଜବତ କରାଯାଇଛି। ୧୬୩୨ ଅବକାରୀ ମାମଲା ରୁଜୁ କରାଯାଇଛି।”

Spread the love