ଏ ମହାଶୟ କୁଆଡ଼େ ପୁଲିସ କର୍ମଚାରୀ ! ରାସ୍ତାରେ ମଦ ପିଇ ଗଡୁଛନ୍ତି, ଭିଡ଼ିଓ ଭାଇରାଲ

ଯାଜପୁର: ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଛି। ବରୀ ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ଏହି ପୋଲିସ୍ କର୍ମଚାରୀ ଜଣକ ବାଲିଆପାଳ ମଦ ଦୋକାନରୁ କାଳେ ଆକଣ୍ଠ ସୁରା ପାନ କରିବା ପରେ ସେହି କାଉଣ୍ଟର ସାମ୍ନା ରାସ୍ତା କଡ଼ରେ ଟଳମଳ ହୋଇ ତଳେ ଗଡୁଥିବା ଅବସ୍ଥାରେ ଜଣେ ବଗୁଲିଆ ହାବୁଡ଼ରେ ପଡ଼ି ଯାଇଥିଲେ !

ତା’ପରେ ତ ସେଠାରେ ସେ ପୋଲିସ୍ କର୍ମଚାରୀଙ୍କୁ ଯାହା ବେଜିତ୍ କଲେ ତାହା କାନ ଶୁଣିବନି- ଅନ୍ୟପକ୍ଷରେ ଉତ୍ତୋଳନ କରିଥିବା ଭିଡ଼ିଓଟିକୁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି! ଘଟଣାଟି ସତ ହୋଇଥିଲେ ନିହାତି ଲଜ୍ଜ୍ୟାଜନକ !

Spread the love