କଳା ପେଚା ଘର ଉପରେ ବସିଲେ ଅଶୁଭ ସୁଚନା ମିଳିଥାଏ

.କଳା ପେଚା ଘର ଉପରେ ବସିଲେ ଅଶୁଭ ସୁଚନା ମିଳିଥାଏ।*

ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟର ସୁଚନା ମିଳେ।

ମନ୍ଦିରରେ ଦେବତା ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା
ହୋଇଥିଲେ ଶୁଭ ହୋଇଥାଏ।

ଟଙ୍କା ଗଣିଲା ବେଳେ କେବି ଛେପ ମାରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ଜନ୍ମ ମାସ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅର ବାହାଘର କଲେ ଅଶୁଭ ହୋଇଥାଏ।

ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ।

ଛିଣ୍ଡି ଯାଇଥିବା ମୋନିପୋର୍ସ କେବେ ହେଲେ ପାଖରେ ରଖନ୍ତୁ ନାହିଁ। କିମ୍ବା ନୋଟକୁ ମୋଡି ଭାଙ୍ଗି ରଖନ୍ତୁ ନାହିଁ

ରାତିରେ କେବେବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ। କିମ୍ବା ନଖ ଦାନ୍ତରେ ଛିଣ୍ଡାନ୍ତୁ ନାହିଁ।

ବାସନ ମାଜିବା ସମୟରେ ବାସନର ଶବ୍ଦ ଅଧିକ ହେଲେ ଅଶୁଭ ହୋଇଥାଏ।

ପ୍ରତି ଶୁକ୍ରବାର ଦିନ ରାତିରେ ମିଠା ଖାଦ୍ୟ ଖାଇଲେ ଶୁଭ ହୋଇଥାଏ।

ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ ଶୁଭ ହୋଇଥାଏ।

ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ। ଏବଂ ବିଛାକୁ କେବେବି ମାରନ୍ତୁ ନାହିଁ।

ରାତିରେ ଛାଞ୍ଚୁଣୀ ଧରି ଘର ଓଳାନ୍ତୁ ନାହିଁ। ଏବଂ ଅଳିଆକୁ ରାତିରେ ବାହାରେ ପକାନ୍ତୁ ନାହିଁ।

ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭ ଦୂରେଇ ଯାଏ।

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଆନ୍ତୁ। ଏବଂ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ।

ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ।ଦୀପ ତଳେ ଅରୁଆ ଚାଉଳ ଏବଂ ଦୁବ ରଖି ଦୀପ ଲଗାନ୍ତୁ।

ଶନିବାର ଏବଂ ମଙ୍ଗଳବାର ରାଶି ତେଲରେ ଦୀପ ଜାଳନ୍ତୁ।ବାକି ଦିନ ଘିଅ ଦୀପ ଜାଳନ୍ତୁ।

 

Spread the love