ଯୋଗଜନ୍ମା ଓ ସାହାସୀ ସୁରବାବୁ

( ପୂର୍ବତନ ମନ୍ତ୍ରୀ ତଥା ବର୍ଷୀୟାନ୍‌ ରାଜନେତା ସୁରେନ୍ଦ୍ରନାଥ ନାୟକଙ୍କ ୮୫ତମ ଜନ୍ମଦିବସ ଅବସରରେ)

ସମୟ ଓ ଜୁଆର କାହାକୁ ଅପେକ୍ଷା କରେନାହିଁ । ଏହା ଧ୍ରୁବ ସତ୍ୟ । ସତ୍ୟ ହିଁଚିରନ୍ତନ ଓ ଶାଶ୍ୱତ । ସତ୍ୟ ହିଁ ଶିବ, ସୁନ୍ଦର ଓ ସର୍ବଶ୍ରେଷ୍ଠ । ସର୍ବଶ୍ରେଷ୍ଠ ଜନ୍ମ ନେଇମଣିଷ ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଥାଏ ଏବଂ ନିଜର କର୍ମ ସମ୍ପାଦନା କରିବାହୁଡ଼ି ଯାଏ କେଉଁ ଏକ ଅଜଣା ଓ ଅଫେରା ଦୁନିଆଁକୁ । ଅଳିକ ସଂସାରରେକ୍ଷଣିକ ଜୀବନ ଜୀଇଁବା ମଧ୍ୟରେ ଧର୍ମ କର୍ମ ବଳରେ ଯେଉଁ ଯଶକୀର୍ତ୍ତି ଅର୍ଜନକରିଯାଇଥାଏ ତାହା ମାନସପଟ୍ଟରେ ଅବିସ୍ମରଣୀୟ ହୋଇ ଯୁଗ ଯୁଗ ପାଇଁଇତହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଏ ।ଓଡ଼ିଶା ରାଜ୍ୟର ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ବଙ୍ଗୋପସାଗରଉପକୂଳରେ ଅବସ୍ଥିତ ଅଖ୍ୟାତ ପଲ୍ଲୀ ‘ଅଣକଣା’ ଗ୍ରାମରେ ପଙ୍କରୁ ପଦ୍ମ ଜାତପରି୧୯୩୭ ମସିହା ମଇ ମାସ ୧୭ ତାରିଖରେ ପିତା ନାରାୟଣ ନାୟକ ଓମାତା ଫୁଲଦେବୀଙ୍କ କୋଳ ମଣ୍ଡନ କରି ସୁନ୍ଦର ସୁଢ଼ଳ ଗୋରା ତକ୍‌ତକ୍ ଚେହେରା ନେଇ ଧରାପୃଷ୍ଠକୁ ଅବତରଣ କରିଥିଲେ କୁନି ଶିଶୁ ଶାବକଟିଏ ।ବାପା ମା’ ଅତି ଶ୍ରଦ୍ଧାରେ ନାଁ ରଖିଥିଲେ ‘ସୁରେନ୍ଦ୍ର’ । ତାଙ୍କ ବାପା ମା’ ଥିଲେଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି । କେହି ଯୋଗୀ ଭିକ୍ଷୁକତାଙ୍କ ଦ୍ୱାରରୁ ଶୂନ୍ୟ ହସ୍ତକିମ୍ବା ଶୂନ୍ୟପେଟ ନେଇ ଫେରୁନଥିଲେ । ନିଜେ ନଖାଇ ସେମାନେ ଦୁଃଖୀଦରିଦ୍ରର ଅନ୍ତରାତ୍ମାକୁଚିହ୍ନି ନିଜ ଖାଦ୍ୟସେମାନଙ୍କୁ ଦାନକରୁଥିଲେ । ମାତ୍ରବିଧିର ବିଧାନ ବଡ଼ବିଚିତ୍ର! ଖୁବ୍ କମ୍‌ବୟସରେ ତାଙ୍କ ପିତାଶ୍ରୀ ନାରାୟଣ ନାୟକତାଙ୍କୁ ବାପଛେଉଣ୍ଡକରି ଚାଲିଗଲା ପରେମାତ୍ର ୭ ବର୍ଷବୟସରେ ସେପିତୃସ୍ନେହରୁ ବଞ୍ଚିତପିତୃହରା ଜୀବନଅତିବାହିତକରିଥିଲେ । ଅତ୍ୟନ୍ତଦୁଃଖକଷ୍ଟ ସହି ବିଧବାମା’ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପରିପାଳନ କରୁଥିଲେ । ସେ ଥିଲେ ସେ ଅଞ୍ଚଳରବଡ଼ଚାଷୀ, ମାତ୍ର ଲୁଣାପାଣି ଯୋଗୁ ଧାନ ନଷ୍ଟ ହୋଇ ଯାଉଥିବାରୁ ୧୦-୧୨ଏକର ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସେମାନେ ବର୍ଷକ ପାଇଁ ଦାନା ସଂଗ୍ରହ କରିପାରୁନଥିଲେ । ତେଣୁ ସେ ମାମୁଁ ଘରେ ରହି ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ ।ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ‘ବରଡିହ’ ଗ୍ରାମରେ ତାଙ୍କର ମାମୁଁଘର । ମାମୁଁଙ୍କର ବେଶ୍‌ନାଁ ଥିଲା ଓ ଅଜା ସ୍ୱର୍ଗତ ଶ୍ରୀ ରଘୁ ମହାପାତ୍ର ଥିଲେ ଜାହାନିଆଁ ପୀରଙ୍କ ପୂଜକସାହାଜୀଙ୍କ ତହସିଲଦାର ।ବାଲ୍ୟ ଜୀବନରେ ତାଙ୍କର ଏକ ଅଲୌକିକ ଘଟଣା ଘଟିଛି । ମାତ୍ର ୮ ମାସରଶିଶୁ ସୁରେନ୍ଦ୍ରଙ୍କର ଶରୀର ଥାଏ ଅସୁସ୍ଥ । ପ୍ରବଳ ଈଶ୍ୱର ବିଶ୍ୱାସୀ ତାଙ୍କରଜେଜେମା’ ତାଙ୍କ ଶରୀର ସୁସ୍ଥ ପାଇଁ ଶିଶୁ ସୁରେନ୍ଦ୍ରଙ୍କୁ ନେଇ ଯାଇଥିଲେ ସୁଦୂରତତ୍କାଳୀନ କଟକ ଜିଲ୍ଲା ଏବଂ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଗ୍ରାମେଶ୍ୱରମହାଦେବଙ୍କ ନିକଟକୁ ।

ପଞ୍ଚୁପଲ୍ଲୀର ଗ୍ରାମେଶ୍ୱର ମହାଦେବଙ୍କ ନିକଟକୁ ଯିବାବାଟରେ ଏରସମା ବ୍ଲକ୍ ଅନ୍ତର୍ଗତ ବୋରିକିନା ହାଟ ପାଖରେ ନିଜ ଜେଜେମା’କୋଳରେ ବିଶ୍ରାମ ନେଉଥିଲାବେଳେ ଗୋଟିଏ ମାଙ୍କଡ଼ ଟେକିନେଇ ଗଛ ପରେବସିଲା । ସମସ୍ତେ ନିର୍ବାକ୍ ଓ ନିଷ୍ପନ୍ଦ । କ’ଣ ହେବ? ସମସ୍ତେ କନ୍ଦାକଟା କରିବାପରେ ମାଙ୍କଡ଼ ଶିଶୁ ଶାବକଟିକୁ ତଳକୁ ଆଣି ଥୁଆ ହୋଇଥିବା ଫଳମୂଳ ଖାଇଶିଶୁଶାବକଟିକୁ ଛାଡ଼ି ଦେଇଗଲା ।

ସେ ଦିନର ଘଟଣା ଉପସ୍ଥିତ ଦେଖଣାହାରୀଙ୍କୁଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । କିଏ ଏହି ଭାଗ୍ୟବାନ ଶିଶୁ, ଯାହା ଉପରେଭଗବାନଙ୍କର ଅପାର କରୁଣା । ସତେ ଯେପରି ଭବିଷ୍ୟତ ଜୀବନରେ ବହୁ ଉଚ୍ଚସ୍ତରକୁ ଯିବାର ଏହା ଭଗବାନଙ୍କର ଏକ ଶୁଭ ସଙ୍କେତ ଥିଲା!!ଆଜି ସତରେ ସେହି ଶୁଭ ସୂଚନାଟି ତାଙ୍କୁ ସେହି ରାମଭକ୍ତ ହନୁମାନ ଗଛଉପରକୁ ନେଲା ପରି ସେ ଜୀବନରେ ସଫଳତାର ପାହାଚ ଉପରେ ପାହାଚ ଚଢ଼ିବହୁ ଉଚ୍ଚସ୍ତରକୁ ଉଠି ପାରିଛନ୍ତି । ଓଡ଼ିଶା ରାଜ୍ୟ ରାଜନୀତିରେ ଶ୍ରୀ ବିଜୁପଟ୍ଟନାୟକଙ୍କ ସମୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଓଡ଼ିଶାସରକାରଙ୍କ ଶାସନ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ନିଜ ନାମ ତଥା ନିଜନିର୍ବାଚନମଣ୍ଡଳୀ ‘କାକଟପୁର’କୁ ଗୌରାନ୍ୱିତ କରିଛନ୍ତି ।

ରାଜ୍ୟ ରାଜନୀତିରେ ଶ୍ରୀ ସୁରେନ୍ଦ୍ରନାଥ ନାୟକ (ସୁର ବାବୁ) ଜଣେ ଟାଣୁଆତଥା ଦୁଃଖୀ ଦରିଦ୍ରର ନେତା ଭାବେ ପରିଚିତ । ଅତି ସରଳ, ନିରାଡମ୍ବର ଜୀବନଓ ସ୍ପଷ୍ଟବାଦୀ ନେତା ଭାବରେ ସେ ଓଡ଼ିଶାରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ।ସୁର ବାବୁ ଭାରି ସାହାସୀ ଓ ନିର୍ଭୀକ । ୧୦/୧୨ବର୍ଷ ବୟସରେ ବାଳକସୁରେନ୍ଦ୍ର । ସେ ସମୟରେଋଷିଆରୁ ଏକ ଗହମବୋଝେଇ ପଣ୍ୟବାହୀ ଜାହାଜତାଙ୍କ ଗ୍ରାମ ନିକଟବର୍ତ୍ତୀକେଳୁଣୀ ମୁହାଣର ଛେନୁତଣ୍ଡାହର ସମୁଦ୍ର ପୂଳରୁ ୩କିମି ଦୂରରେ ଅଗଭୀରସମୁଦ୍ରରେ ଦୁର୍ଘଟଣାଗସ୍ତହୋଇ ବୁଡ଼ି ଯାଇଥିଲା ।

ନିକଟସ୍ଥ ଲୋକମାନେ ଯିଏଯାହାର ଡଙ୍ଗା ସାହାଯ୍ୟରେତା’ର ଭଗ୍ନାବଶେଷ କିମ୍ବାକୌଣସି ଦ୍ରବ୍ୟ ସଂଗ୍ରହ କରିବାନିମନ୍ତେ ଯାଉଥିବା ସମୟରେଦୁଃସାହାସୀ ବାଳକ ସୁରେନ୍ଦ୍ର ତାଙ୍କର ଜଣେ ସମବୟସ୍କ ନିଜ ଗାଁର ସାଙ୍ଗ ସହିତଆଗପଛ ବିଚାର ନ କରି ସମୁଦ୍ର ଠାରୁ ପାଖାପାଖି ୩ କିମି ଦୂର ପହଁରି ପହଁରିଯାଇ ଜାହାଜ ପାଖରେ ପହଞ୍ଚିଥିଲେ ଏବଂ ପରବର୍ତ୍ତୀ ସମୟରେ ଫେରିବା ବାଟପାଇନଥିଲେ । ଶେଷରେ ଦୁଇ ସାଙ୍ଗ ୨ଟି କାଠପଟା ବ୍ୟବହାର କରି ପୁଣିଜଳକ୍ରୀଡ଼ା କରି ପହଁରି ପହଁରି କୂଳକୁ ଫେରିଥିଲେ । ଆଜି ବି ସେହି ଜାହାଜରଭଗ୍ନାବଶେଷ ସେଇଠାରେ ପଡ଼ି ରହିଛି । ଆଉ ସେହି ଭଗ୍ନାବଶେଷର ରାସାୟନିକ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ଅନ୍ୱେଷଣର ପ୍ରବଳ ମାଛ ସେଠାକୁ ଆସନ୍ତି । ମତ୍ସ୍ୟଜୀବୀମାନେ ସେହି ସ୍ଥାନରୁ ପ୍ରଚୁର ମାଛ ଉତ୍ପାଦନ କରନ୍ତି ବୋଲି ଶୁଣାଯାଏ । ସତରେ ସେଦିନର ସେହି ଦୁଃସାହାସୀ ବାଳକ ‘ସୁରେନ୍ଦ୍ର’ ଆଜି ଆମ ସମସ୍ତଙ୍କର ଚିରନମସ୍ୟ ଚିର ପରିଚିତ ଓଡ଼ିଶା ମାଟିର ସୁନାମଧନ୍ୟ ସନ୍ତାନ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ (ଆଦରଣୀୟ ସୁର ବାବୁ) ।ଆଜି ତାଙ୍କର ୮୫ତମ ଜନ୍ମଦିବସର ଶୁଭ ଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ।

ବାସୁଦେବ ବେହେରା

କମ୍ପାନୀ ସେକ୍ରେଟାରୀ ତଥା ସୁରେନ୍ଦ୍ରନାଥ ବିଦ୍ୟାପୀଠର ପୁରାତନ ଛାତ୍ରସା-ସୁନ୍ଦର, ଅସ୍ତରଙ୍ଗ, ଜି-ପୁରୀମୋ-୯୬୫୦୫୪୦୩୬୩

Spread the love