ପୁଅର କରୋନାରେ ମୃତ୍ୟୁ ଖବର ଶୁଣି ହୃଦଘାତରେ ଚାଲିଗଲେ ମା

ପୁଅର କରୋନାରେ ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ ମଧ୍ୟରେ ମା ଙ୍କୁ ହେଲା ହୃଦଘାତ | ଆଉ ପୁଅ ପରେ ଆରପାରିକୁ ଚାଲିଗଲେ ମା | ଯାଜପୁର ଜିଲ୍ଲା ବ୍ୟାସନଗରର ଧବଳଗିରିରେ ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଚୈତନ୍ୟ ଆରୁଖ ନିଜ ପତ୍ନୀ ଶୈଳବାଳା ଆରୁଖ ଓ ୨୮ ବର୍ଷର ପୁଅ ରତିରଞ୍ଜନ ଆରୁଖ ରହୁଥିଲେ | ପେସାରେ ଏକ ରଙ୍ଗ ଦୋକାନ କରି ବ୍ୟବସାୟ କରୁଥିବା ଚୈତନ୍ୟଙ୍କ ପରିବାରକୁ ୭ ଦିନ ତଳେ କରୋନା ଗ୍ରାସ କରିଥିଲା | ବାପା-ମା- ପୁଅ ପଜିଟିଭ ହେଲେ ବି ପୁଅ ଓ ବାପାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ତେବେ ମା ଶୈଳବାଳା ଆରୁଖ ଘରେ ଆଇସୋଲେସନରେ ଥିଲେ | ଆଜି ସକାଳ ୧୦ଟାରେ ପୁଅର ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ ପରେ ହୃଦଘାତରେ ଶୈଳବାଳାଙ୍କର ଜୀବନ ଚାଲିଯାଇଛି | ଏବେ ବି ଚୈତନ୍ୟ ମେଡିକାଲରେ ଚିକିତ୍ସାଧୀନ ହେଉଥିବାବେଳେ ଏହି ଖବର ଜଣାପଡିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି |

Spread the love