ନନ୍ଦିଘୋଷ ରଥର ୨ ମହାରଣା କୋଭିଡ ପଜିଟିଭ, ଉଭୟ ଏବେ ଆସୋଲେସନରେ

ପୁରୀ ୧୯।୦୫ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଖଳା ଚଳଚଞ୍ଚଳ ଥିବା ବେଳେ ଆସିଛି ବଡ଼ ଖବର। କୋଭିଡ କଟକଣା ମଧ୍ୟରେ ରଥଖଳାରେ କାର୍ଯ୍ୟ କରୁଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ ରହିଛି। ପଜିଟିଭ ଚିହ୍ନଟ ହୋଇଥିବ ଦୁଇ ମହାରଣା ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିଲେ। ଏବେ ଦୁଇ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା ସୂଚନା ରହିଛି।

ସୂଚନାଥାଉକି, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୧ ହଜାର ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୮୮୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love