ସମ୍ ହସ୍ପିଟାଲ ସହଯୋଗରେ ନିର୍ମିତ ପୁରୀର ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ୧୫୦ ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ପ୍ଲାଟଫର୍ମରେ ଉତ୍ସର୍ଗ କରିଛନ୍ତି। ଏହି ହସ୍ପିଟାଲଟି ଭୁବନେଶ୍ୱରର ସମ୍ ହସ୍ପିଟାଲର ସହଯୋଗରେ ନିର୍ମିତ ହୋଇଛି। ଏଥିରେ ୯୦ଟି ସାଧାରଣ ଅକ୍ସିଜେନ ବେଡ଼୍, ୪୦ଟି ଏଚଡିୟୁ ବେଡ଼ ଓ ୨୦ଟି ଆଇସିୟୁ ବେଡ଼୍ ରହିଛି। ଏଥିସହିତ ଏହି ହସ୍ପିଟାଲରେ ଉଚ୍ଚମାନର ଲାବରୋଟୋରି ଓ ଡାଇଗ୍ନୋଷ୍ଟିକ ସୁବିଧା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ହସ୍ପିଟାଲ ଜିଲ୍ଲାରେ କୋଭିଡ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଦେବାରେ ସହାୟକ ହେବ, ଏବଂ ରୋଗୀଙ୍କୁ ଆଉ ଭୁବନେଶ୍ୱର ଓ କଟକରେ ହସ୍ପିଟାଲ ଖୋଯିବାକୁ ପଡ଼ିବନାହିଁ। ତେବେ ଏହି ହସ୍ପିଟାଲ ପରିଚାଳନାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ପ୍ରତ୍ୟେକ ବେଡ଼ ସହିତ ଅକ୍ସିଜେନ ପାଇପ ସଂଯୋଗ ରହିବ ଓ ଆବଶ୍ୟକ ହେଲେ ଭବିଷ୍ୟତରେ ଅକ୍ସିଜେନ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

 

ଏଥିସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସମ୍ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନସେସକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡ଼ା ମନ୍ତ୍ରୀ ତୁଶାର କାନ୍ତି ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love