ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୪୫୦ କେଜିର ସବୁଜ ଜହର ଜବତ

ଲମତାପୁଟ,୨୨/୦୫: ପୁଣି ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ । କୋରାପୁଟ ଜିଲ୍ଲା ପଡୁଆ   ଅଞ୍ଚଳରୁ   ଉତରପ୍ରଦେଶ    ଚାଲାଣ ବେଳେ ନନ୍ଦପୁର  ପୋଲିସ ହାତରେ ଧରା ପଡିଛି  ବିପୁଳ ଗଞ୍ଜେଇ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦ୍ଦେଶକ୍ରମେ   ନନ୍ଦପୁର   ଏସ.ଡ଼ି.ପିଓଙ୍କ  ନେତୃତ୍ଵରେ  ନନ୍ଦପୁର  ବ୍ଲକ କାର୍ଯ୍ୟାଳୟ ନିକଟରେ  ନନ୍ଦପୁର  ଥାନା ଅଧିକାରୀ  ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ ।  ଏହି ସମୟରେ  ହିକିମପୁଟ   ଅଞ୍ଚଳରୁ  ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇଥିଲା ପୋଲିସ ।  କିନ୍ତୁ ଟ୍ରକରେ ପଇଡ ବୋଝେଇ ଥିବାରୁ ପୋଲିସ ଦେଖି  ପ୍ରଥମେ ଗାଡିକୁ ଛାଡିଦେଉଥିଲା । କିନ୍ତୁ  ଗାଡି ନମ୍ବର  ମେଳ ଖାଉଥିବାରୁ  ଟ୍ରକରେ ଥିବା ୩ ଜଣ ମଫିଆଙ୍କୁ କାବୁ କରିଥିଲା ପୋଲିସ ।

ପଇଡ ଗୁଡିକ ବାହାର କରି ଟ୍ରକକୁ ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିଛି  ପୋଲିସ   ।    ଏଥିରେ  ୨୨ଟି ବସ୍ତାରେ  ପ୍ରାୟ  ୪କୁଇଣ୍ଟା୫୦ କେଜି ଗଞ୍ଜେଇଥିଲା  । ଏହାର ମୂଲ୍ୟ ପ୍ରାୟ  ୪୫ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି  । ଗିରଫ  ଗଞ୍ଜେଇ ମଫିଆମାନେ ହେଲେ ଉତର ପ୍ରଦେଶ ଆଞ୍ଚଳର ବିପେନ୍ଦ୍ର  ସିଂ, ନିତୀଶ ସିଂ ଏବଂ ବିହାର ଅଞ୍ଚଳର  ରାଜୁ  କୁମାର । ଗଞ୍ଜେଇ ମାଫିଆମାନେ ଏହି ଅଞ୍ଚଳରୁ ବହୁ ବାର ଗଞ୍ଜେଇ ନେଇଥିବା ପୋଲିସ ଆଗରେ ସ୍ଵୀକାର କରିଥିବା ବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସକୁ କହିଥିବା  ସୂଚନା ମିଳିଛି ।

Spread the love