ବାହା ହୋଇ କନ୍ୟାକୁ ଧରି ଘରେ ପହଁଚିଲା ପୁଅ, ହଠାତ ଆଖି ବୁଜିଲା ମାଆ

ସିଂଘିଯୁବା,୨୨/୦୫: ମୃତ୍ୟୁ ଦେଖେନି ସମୟ । ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଥିଲା ବାହାଘର । କନ୍ୟାକୁ ଧରି ବର ଘରକୁ ଫେରିଥିଲେ । ଏଣେ ଘରେ ପହଞ୍ଚୁଣୁ ମା’ର ଅକାଳ ବିୟୋଗ ଖବର ନିମିଷକ ମଧ୍ୟରେ ହସଖୁସିର ମାହୋଲ ଭିତରେ ଛାଇଦେଲା ବିଷାଦ । ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଗାଁର ଉପରପଡାରେ ।

ସୂଚନା ଅନୁସାରେ, ସୋନପୁର ସିଂଘିଯୁବା ଗାଁ ଉପରପଡାର ବାସିନ୍ଦା ସୂର୍ଯ୍ୟକାନ୍ତୀ ମଲ୍ଲିକ(୪୨)ଙ୍କ ବଡ଼ପୁଅ ଦିବ୍ୟକିଶୋର (ରୁଲୁ)ଙ୍କ ବିବାହ ବିନିକା ବ୍ଲକ ଶଙ୍କରା ଗାଁରେ ହୋଇଥିଲା । କୋଭିଡ୍‌ କଟକଣା ମୁତବାକ ବିବାହ ହୋଇଥିଲା । ଗୁରୁବାର ସନ୍ଧ୍ୟା ୬ଟାରେ ବରକନ୍ୟା ଘରକୁ ଫେରିଥିଲେ । ଏହି କ୍ଷଣି ଖବର ପାଇଥିଲେ ସୂର୍ଯ୍ୟକାନ୍ତୀଙ୍କ ହୃଦଘାତ୍‌ ହୋଇଛି ଓ ତାଙ୍କୁ ବୁର୍ଲା ନିଆଯାଇଛି । ଏହାର କିଛି ସମୟରେ ପରେ ସୂର୍ଯ୍ୟକାନ୍ତୀଙ୍କ ମୃତଦେହ ଘରେ ପହଞ୍ଚିଥିଲା । ନବବିବାହିତ ପୁଅ ମା’ର ଶବବୋହି ମଶାଣିକୁ ନେଇ ପରିଜନଙ୍କ ସହ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

Spread the love