ଭୂକମ୍ପରେ ଥରିଲା ଚୀନ ମାଟି : ରିକ୍ଟର ସ୍କେଲରେ ତୀବ୍ରତା ୭.୧

ଚୀନ ୨୨/୫ : ଭୂକମ୍ପରେ ଥରିଲା ଚୀନ ମାଟି । ଗତକାଲି ବିଳମ୍ୱିତ ରାତିରେ, ଚାଇନାର କିନଘାଇରେ ୭.୧ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାପୂର୍ବରୁ ଚୀନ୍‌ର ଡାଲି ସହରର ୨୮ କିଲୋମିଟର ଉତ୍ତର-ପୂର୍ବରେ ଶୁକ୍ରବାର ସନ୍ଧ୍ୟାରେରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ୬.୧ଥିଲା । ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି ସୂଚନା ଦେଇଛି । କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଖବର ନାହିଁ । ଏଥିସହ ଚାଇନାର ଭୂକମ୍ପ ନେଟୱାର୍କ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ଏକ ପୋଷ୍ଟ କରି ଲୋକଙ୍କୁ ସମସ୍ତ ଅଟ୍ଟାଳିକାରୁ ବାହାରକୁ ଆସିବାକୁ ଚେତାବନୀ ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ପଡୋଶୀ ଦେଶ ନେପାଳରେ ମଧ୍ୟ ଏକ ଭୟଙ୍କର ଭୂକମ୍ପ ହୋଇଥିଲା । ରାତି ପ୍ରାୟ ୧୧ଟାରେ କମ୍ପନ ଅନୁଭୂତ ହୋଇଥିଲା, ଏହାର ତୀବ୍ରତା ୪.୪ ଥିଲା ।

Spread the love