ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି

ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି । ଉତ୍କଳରେ କେତେକ ପର୍ବପର୍ବାଣି ଗ୍ରୀଷ୍ମ ଋତୁରେ ପାଳନ ହୁଏ । ସେଥିମଧ୍ୟରୁ ପଣାସଂକ୍ରାନ୍ତି ଅନ୍ୟତମ । ପଣାସଂକ୍ରାନ୍ତିକୁ ମଦାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପଣାସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ ।

ଏହା ସଧାରଣତଃ ଅପ୍ରେଲ ୧୪ ତାରିଖରେ ପଡେ । ଏହି ଦିନ ଠାରୁ ବସନ୍ତ ଋତୁୁର ଶେଷ ଓ ଗ୍ରୀଷ୍ମର ଆରମ୍ବ ହୋଇଥାଏ । ଏହି ଦିନରେ କେତେକେ ବିଶିଷ୍ଟ ସ୍ଥାନରେ ଛାମୁ ଯାତ୍ରା ମଧ୍ୟ ହୋଇଥାଏ

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଓ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ପ୍ରଖର ହୋଇଥାଏ ।

ଉଭୟ ବାୟୁୁ ଓ ଅଗ୍ନିିର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ବିଭିନ୍ନ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ମହାବିଷୁବ ସଂକ୍ରାନ୍ତି ଓଡିଶାର ଏକ ବିଶିଷ୍ଟ ପର୍ବ । ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ କରେ ।

Spread the love