ଭୁବନେଶ୍ୱରଠାରେ ଏକ ବିଶାଳ ରୋଡ ସୋ ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ସାରି ଅପରାହ୍ନ ୪ଟାରେ ଭୁବନେଶ୍ୱରରେ ଏକ ବିଶାଳ ରୋଡ ସୋ ରେ ଭାଗ ନେବେ । ରୋଡ ସୋ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରେ ଥିବା ବାମ ପାଶ୍ୱର୍ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡିଆରେ ପହଂଚିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଏହି ରୋଡ ସୋ ପରେ ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେଇ ଉଦ୍ବୋଧନ ଦେବେ । ଭୁବନେଶ୍ୱର, ପୁରୀ , କଟକ, କେନ୍ଦ୍ରାପଡା, ଜଗତସିଂହପୁରର
ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭା ମଣ୍ଡଳୀର କାର୍ଯ୍ୟକର୍ତା ମାନେ ଯୋଗ ଦେବେ । ଏହି ରୋଡ ସୋ ରେ ପାରଂପରିକ ବାଦ୍ୟ, ପାଇକ ଆଖଡା, ଦଣ୍ଡନାଚ, ସମର କଳା ଆଦି ପ୍ରଦର୍ଶନ କରାଯିବ । ସବୁବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ସୋ ଓ ସମାବେଶକୁ ସଫଳ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Spread the love